ଡରାଉଛି କରୋନା । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। କେରଳ, ମୁମ୍ବାଇ, ଓ ଦିଲ୍ଳୀରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଏଥିପାଇଁ ହସ୍ପିଟାଲ୍ ଗୁଡିକୁ ବେଡ୍ ଓ ଅକ୍ସିଜେନ୍ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । JN1 ଭାରିଆଣ୍ଟ ଦ୍ବାରା ଦକ୍ଷିଣ ଏସିଆରେ ମାମଲା ବଢୁଛି ।
କେରଳରେ ୨୭୩ ଏବଂ ଦିଲ୍ଲୀରେ ୨୩ ମାମଲା ପଞ୍ଜିକୃତ ହୋଇଛି । ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଚିହ୍ନଟ ହୋଇଛି । ସମସ୍ତ ସରକାରୀ, ବେସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସରକାର ଚିଠି ଲେଖିଛନ୍ତି ।
ହସ୍ପିଟାଲରେ ବେଡ୍, ଅକ୍ସିଜେନ, ଆଣ୍ଟିବାୟୋଟିକ୍ସ ଉପଲବ୍ଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ଔଷଧ, ଟିକା, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ଆଡଭାଇଜରି ଅନୁସାରେ ପର୍ଯ୍ୟାପ୍ତ ପରୀକ୍ଷଣ କରିବାକୁ କୁହାଯାଇଛି ।