ନନ୍ଦିଘୋଷ ରଥଟଣା ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ

ନନ୍ଦିଘୋଷ ରଥଟଣା ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ Xରେ ପୋଷ୍ଟ କରି ନବୀନ କହିଛନ୍ତି, ଆମେ ଏଠାରେ କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ କିମ୍ବା ଗତ କାଲିର ନନ୍ଦିଘୋଷ ରଥ ଟାଣିବାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦାୟୀ କରିବାକୁ ଆସି ନାହୁଁ । କିନ୍ତୁ ଆମ ରାଜ୍ୟର ସବୁଠାରୁ ପବିତ୍ର ଉତ୍ସବରେ ଘଟଣାଗୁଡ଼ିକ ଯେଉଁଭାବେ ଘଟିଲା, ତା’ ଉପରେ ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନକରି ରହି ହେବ ନାହିଁ ।

ଗତ ବର୍ଷ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ପଡ଼ି ଯାଇଥିଲେ । ଏହା ଅଗଣିତ ଭକ୍ତଙ୍କୁ ଆଘାତ ଦେଇଥିଲା । ଯାହାକୁ ଭୁଲିବା କଷ୍ଟକର । ଏବର୍ଷ, ଆମେ ଦେଖିଲୁ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ଅଟକି ରହିଥିଲା । ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର ଆଗକୁ ଗତି କରିଥିଲା । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ଭାବେ ହତାଶ ଓ ନିରାଶ କରିଛି । ଖରାପ ଭିଡ଼ ନିୟନ୍ତ୍ରଣ ହେତୁ ଶତାଧିକ ଭକ୍ତ ମଧ୍ୟ ଆହତ ହୋଇଛନ୍ତି । ଆମେ କେବଳ ପ୍ରାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *