ନିଟ୍ ପିଜି ୨୦୨୫ ପରୀକ୍ଷା ସ୍ଥଗିତ, ଖୁବଶିଘ୍ର ଘୋଷଣା ହେବ ନୂଆ ତାରିଖ

ସ୍ଥଗିତ ହେଲା ନିଟ ପିଜି ୨୦୨୫ ପରୀକ୍ଷା l ଜୁନ ୧୫ରେ ହେବାକୁ ଥିଲା ନିଟ୍ ପିଜି ୨୦୨୫ ପରୀକ୍ଷା । ଏବେ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି l ଏନେଇ ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ। ଏ ନେଇ NBEMS ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ପରୀକ୍ଷାରେ ସ୍ବଚ୍ଛତା ରକ୍ଷା ପାଇଁ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏନବିଏଏମଏସ ପକ୍ଷରୁ ଜାରି ଏକ ନୋଟିସରେ କୁହାଯାଇଛି ଯେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ କରିବାକୁ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ଆବଶ୍ୟକ ଥିବାରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

Leave a Reply

Your email address will not be published. Required fields are marked *