ଟଳିଳେ ୩ ଆତଙ୍କୀ । ଅପରେସନ ମହାଦେବରେ ୩ ପାକିସ୍ତାନୀ ଆତଙ୍କୀ ନିପାତ ସୂଚନା । ଅମରନାଥ ଯାତ୍ରା ମଝିରେ ଶ୍ରୀନଗର ମାଉଣ୍ଡ ମହାଦେବ ନିକଟରେ ଏନକାଉଣ୍ଟର । ଜମ୍ମୁ କଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଶ୍ରୀନଗର ଜଙ୍ଗଲରେ ୩ ଜଣ TRF ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲା ସେନା । ଏହାପରେ ଦିନ ୧୧ଟା ସମୟରେ ସର୍ଚ୍ଚଅପରେସନ ଆରମ୍ଭ କରାଯାଇଥିଲା ।
ଏହି ଆତଙ୍କୀ ମାନେ ପହଲଗାମ ହମଲାରେ ସାମିଲ ଥିବା ସଂଦେହ କରାଯାଉଛି। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ ଭାବେ ପ୍ରକାଶ କରାଯାଇ ନାହିଁ । ଜମ୍ମୁ ଓ କାଶ୍ମୀର ପୋଲିସ ପୂର୍ବରୁ ଏହି ହମଲାରେ ଜଡ଼ିତ ୫ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲା, ଯେଉଁମାନଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ନାଗରିକ ଅସିଫ ଫୌଜୀ (ହାସିମ ମୁସା), ସୁଲେମାନ ଶାହ (ୟୁନୁସ), ଏବଂ ଅବୁ ତାଲହା (ଅସିଫ) ଏବଂ ୨ ଜଣ ସ୍ଥାନୀୟ କଶ୍ମୀର ବାସିନ୍ଦା ଅନନ୍ତନାଗର ଆଦିଲ ଗୁରୀ ଓ ପୁଲୱାମାର ଆହସାନ ସାମିଲ ଥିଲେ । ଜମ୍ମୁ କଶ୍ମୀର ପୋଲିସ ଓ ସିଆରପିଏଫ ପକ୍ଷରୁ ଜାରି ରହିଛି ଅପରେସନ ମହାଦେବ । ଆତଙ୍କୀ ଗତିବିଧିକୁ ଦୃଷ୍ଟିରେ ରଖି ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।