ପିଏମ୍ ଆବାସ ଘର ପାଇଁ ମିଳିବ ମାଗଣା ବାଲି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଆଉ ଚିନ୍ତା ନାହିଁ । କାରଣ ଘର ତିଆରି ପାଇଁ ଏବେ ବାଲି ଦେବେ ରାଜ୍ୟ ସରକାର । ଗରିବଙ୍କ ଘର ତିଆରି ସ୍ୱପ୍ନକୁ ସାକାର କରିବା ପାଇଁ ୨ଟ୍ରାକ୍ଟର ବାଲି ଦେବେ ରାଜ୍ୟ ସରକାର । ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗରିବ ଲୋକଙ୍କୁ ମାଗଣାରେ ବାଲି ଦିଆଗଲେ ସେମାନେ ଘର ଖଣ୍ଡେ ସହଜରେ ତିଆରି କରିପାରିବେ । ସେମାନଙ୍କୁ ପରମିଟ୍ ଇସ୍ୟୁ କରାଯିବ, ଯାହାଦ୍ବାରା ଗରିବ ଲୋକେ ବାଲି ମାଗଣାରେ ଆଣିପାରିବେ ।

Leave a Reply

Your email address will not be published. Required fields are marked *