ଅପରେସନ ସିନ୍ଦୁର ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ୧୦ହଜାର କୋଟି ଟଙ୍କାରେ ୩ଟି ଗୁପ୍ତଚର ବିମାନ କିଣିବା ପାଇଁ ପ୍ରସ୍ତାବ ଆସିବାକୁ ଯାଉଛି । ଯାହା ଭାରତୀୟ ବାୟୁସେନା ରାଡାର ଷ୍ଟେସନ, ବାୟୁ ପ୍ରତିରକ୍ଷା ୟୁନିଟ୍ ଏବଂ ଅନ୍ୟାନ୍ୟ ମୋବାଇଲ୍ ଟାର୍ଗେଟ ଭଳି ଶତ୍ରୁ ବିରୋଧରେ ସଠିକ୍ ଆକ୍ରମଣ କରିବ । ଯାହା ଆକାଶରୁ ଭୂମି ପର୍ଯ୍ୟନ୍ତ ଏକ ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳିବ ।
ଏକ ରିପୋର୍ଟ ଅନୁଯାୟୀ, ଏହି ବିମାନ ପ୍ରକଳ୍ପ ଜୁନ୍ ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି । ଏହି ବିମାନରେ ଆକାଶରୁ ଥାଇ ଭୂମି ପର୍ଯ୍ୟନ୍ତ ନଜର ରଖିବାରେ ସହାୟକ ହେବ । ଯାହା ଆକ୍ରମଣ ପାଇଁ ସହଜ ଏବଂ ସୁବିଧା କରିଦେବ । ଏହି ବିମାନ ପ୍ରକଳ୍ପରେ DRDO ଦ୍ବାରା ବିକଶିତ କରାଯିବ । ଯାହା ବିଦେଶୀ ମ୍ୟାନୁଫିଚର୍ସଙ୍କ ଏବଂ ଟେଣ୍ଡରଙ୍କ ମାଧ୍ୟମରେ ବିମାନ କିଣାଯିବ । ବିମାନରେ ଥିବା ଅନୱାର୍ଡ ସିଷ୍ଟମଗୁଡିକ ଦେଶୀ ଭାବେ ରହିବ । ଏହି ସିଷ୍ଟମ ହେବା ପୂର୍ବରୁ ଏହାର ପରୀକ୍ଷା କରାଯାଇଛି ବୋଲି ଅଧିକାରୀମାନେ କହିଛିନ୍ତି ।