ଇସ୍ରୋ ମିଶନକୁ ଝଟକା; କକ୍ଷପଥରେ ପହଞ୍ଚିବା ପୂର୍ବରୁ ଦିଗହରା ହେଲା ‘ଅନ୍ବେଷା’

‘ଅନ୍ବେଷା’ରେ ଯାନ୍ତ୍ରିକ ତ୍ରୁଟି। ଦିଗହରା ହେଲା DRDO ଦ୍ବାରା ବିକଶିତ ଉପଗ୍ରହ ‘ଅନ୍ବେଷା’ । ଦିଗହରା ହୋଇ କକ୍ଷପଥରେ ଅବସ୍ଥାପିତ ହୋଇ ପାରିଲାନି ‘ଅନ୍ବେଷା’ । ଶେଷ ପର୍ଯ୍ୟାୟରେ ‘ଅନ୍ବେଷା’ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାନ୍ତ୍ରିକ ତ୍ରୁଟି ନେଇ ସୂଚନା ଦେଲା ଇସ୍ରୋ । ଯାନ୍ତ୍ରିକ ତ୍ରୁଟିର ବିଶ୍ଳେଷଣ ଚାଲିଥିବା କହିଲା ଇସ୍ରୋ । ରକେଟର ତୃତୀୟ ପର୍ଯ୍ୟାୟରେ ଉପୁଜିଲା ସମସ୍ୟା। PSLV-C62 ଉତକ୍ଷେପଣରେ ତ୍ୟୁଟି ପରିଲକ୍ଷିତ ହୋଇଛି।

ଆଜି ସକାଳ ୧୦ଟା ୧୮ ମିନିଟରେ ଆନ୍ଧ୍ର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶକେନ୍ଦ୍ରରୁ ଉତକ୍ଷେପଣ ହୋଇଥିଲା ‘ଅନ୍ବେଷା’ ଉପଗ୍ରହ। ଏହା ପ୍ରଥମ ଉପଗ୍ରହ ଉତକ୍ଷେପଣ ଥିଲା। ବର୍ଷ ଆରମ୍ଭରୁ ଇସ୍ରୋକୁ ବଡ ଝଟକା ଲାଗିଛି। DRDOର EOS-N1 (ଅନ୍ୱେଷା) ୧୬ଟି ଉପଗ୍ରହ ବହନ କରି, ଏହି ମିଶନ 505 କିଲୋମିଟର ସୂର୍ଯ୍ୟ-ସମକାଳୀନ କକ୍ଷପଥ ପାଇଁ ଲକ୍ଷ୍ୟ ରଖିଥିଲା।

Leave a Reply

Your email address will not be published. Required fields are marked *