ରାଜ୍ୟରେ ଏବେ ବି ଚାଲିଛି ଖଣି ଚୋରି : ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଏବେ ବି ଚାଲିଛି ଖଣି ଚୋରି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଉଦବେଗ ପ୍ରକାଶ କରିବା ସହ ଏବେ ବି ରାଜ୍ୟରେ ଖଣି ଚୋରି ଚାଲିଛି ବୋଲି ନିଜ ମୁହଁରେ ମାନିଛନ୍ତି। କହିଛନ୍ତି ଏବେ ବି ରାଜ୍ୟରେ ଚାଲିଛି ବେଆଇନ ଖଣିଜ କାରବାର। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ସମୟରେ ଅଧିକ ବେଆଇନ ଖଣି କାର୍ଯ୍ୟକଳାପ ହେଉଥିଲା। ଓଡ଼ିଶାର ଖଣିଜ ସମ୍ପଦକୁ ଓଡ଼ିଶା ଭିତରେ ମୂଲ୍ୟଯୁକ୍ତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ସେପଟେ ସୁନ୍ଦରଗଡ କୋଇଲା ଖଣି ଦୁର୍ନିତି କଥା ଉଠାଇଛନ୍ତି ଖଣିମନ୍ତ୍ରୀ। ଖଣି ମନ୍ତ୍ରୀ କହିଛନ୍ତି, ସୁନ୍ଦରଗଡରେ ବେଆଇନ ଖଣି ଖନନର ପର୍ଦାଫାସ ହେବ।ସରକାରଙ୍କ ହାତରୁ କେହି ବି ଫିଟି ଯାଇପାରିବେନି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *