ରଥ ଉପରକୁ ମୋବାଇଲ ନେଇପାରିବେ ନାହିଁ ସେବାୟତ, ନମାନିଲେ ଫୌଜଦାରୀ ମାମଲା

ଘୋଷଯାତ୍ରା ବେଳେ ରଥ ଉପରକୁ ମୋବାଇଲ ନେଇ ଯାଇପାରିବେନି ସେବାୟତ । ନିୟମ ନମାନିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ଏକ ବୈଠକ ବସିଥିଲା । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ଚଳିତବର୍ଷ ସ୍ନାନ ଯାତ୍ରା, ରଥଯାତ୍ରା, ବାହୁଡା଼ଯାତ୍ରା ସହିତ ସମସ୍ତ ବ୍ୟଵସ୍ଥାବଳୀକୁ ଅନୁମୋଦନ । ଠାକୁରଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ହେବ ତା’କୁ ଗୁରୁତ୍ବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ଥିବା ଅଟାଳିକା ଗୁଡିକର ଏକ ଉଚ୍ଚତା ନିରୂପଣ କରାଯିବ । ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ତଥା ଧାଡ଼ି ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ର ଭୂସମ୍ପତ୍ତି ସୁରକ୍ଷାକୁ ଗୁରୁତ୍ବ । ଗତବର୍ଷ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ସମୟରେ ଘଟିଥିବା ଅଘଟଣର ତଦନ୍ତ ନେଇ ତିନି ଜଣିଆ କମିଟି ଗଠନ ହୋଇଥିଲା ।

ଏନେଇ ବୈଠକରେ କମିଟି ଆଜି ରିପୋର୍ଟ ପ୍ରଦାନ କରିଛି । ଚଳିତବର୍ଷ ଠାକୁରଙ୍କ ପହଣ୍ଡି ପାଇଁ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ। ସ୍ନାନ ଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଠାକୁରଙ୍କ ପହଣ୍ଡିକୁ ଗୁରୁତ୍ବ ଦିଆଯିବ ।

ଚଳିତ ବର୍ଷ ଘୋଷଯାତ୍ରାରେ ଯଦି କୌଣସି ଅଣ ସେବାୟତ ରଥ ଉପରେ ଚଢିବେ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରଥ ଉପରେ ମୋବାଇଲ୍ ଫୋନ୍ ବ୍ୟବହାର କରାଗଲେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

Leave a Reply

Your email address will not be published. Required fields are marked *