ଜୁଲାଇ ୧ ରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏବେ ପାନ କାର୍ଡ ପାଇଁ ଆବେଦନ କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ। ସରକାର ଏହି ପଦକ୍ଷେପ ନେଇଛନ୍ତି ଯାହା ଦ୍ୱାରା ଟିକସ ବ୍ୟବସ୍ଥାକୁ ଅଧିକ ମଜବୁତ କରାଯାଇପାରିବ ଏବଂ ଠକେଇକୁ ରୋକାଯାଇପାରିବ । ଏହି ନୂଆ ନିୟମ ଅନୁଯାୟୀ, ଯଦି ଆପଣଙ୍କର ଆଧାର କାର୍ଡ ନାହିଁ, ତେବେ ଆପଣ ପାନ କାର୍ଡ ପାଇଁ ଆବେଦନ କରିପାରିବେ ନାହିଁ । ତେଣୁ, ଯେଉଁମାନଙ୍କର ଏପର୍ଯ୍ୟନ୍ତ ଆଧାର କାର୍ଡ ନାହିଁ, ସେମାନଙ୍କୁ ଯଥାଶୀଘ୍ର ଏହାକୁ ତିଆରି କରିବାକୁ ପଡିବ। ସରକାର ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ ଟିକସ ଚୋରିକୁ ରୋକିବା ସହିତ କରଦାତାଙ୍କ ଚିହ୍ନଟକୁ ଅଧିକ ସଠିକ୍ କରିବ। ତେଣୁ ଯଦି ଆପଣ ପାନ କାର୍ଡ ପାଇଁ ଆବେଦନ କରିବାକୁ ଭାବୁଛନ୍ତି, ତେବେ ପ୍ରଥମେ ଆପଣଙ୍କର ଆଧାର କାର୍ଡ ତିଆରି କରନ୍ତୁ ।
ବର୍ତ୍ତମାନ, ଲୋକମାନେ ଭୋଟର ପରିଚୟ ପତ୍ର, ପାସପୋର୍ଟ କିମ୍ବା ଜନ୍ମ ପ୍ରମାଣପତ୍ର ଭଳି ଡକ୍ୟୁମେଣ୍ଟ ବ୍ୟବହାର କରି ପାନ୍ କାର୍ଡ ପାଇପାରିବେ। ଏହି ପ୍ରକ୍ରିୟା ଆଗକୁ ଆହୁରି ସହଜ ହେବ, ଆୟକର ବିଭାଗ ପୋର୍ଟାଲ୍ ମାଧ୍ୟମରେ ପାନ ଆବେଦନ ପ୍ରକ୍ରିୟାରେ ଆଧାର ପ୍ରମାଣୀକରଣକୁ ସାମିଲ କରିବ।
ସମସ୍ତ ପୂର୍ବରୁ ଥିବା PAN ହୋଲର୍ଡଙ୍କୁ ମଧ୍ୟ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ସେମାନଙ୍କର PAN ଆଧାର ସହିତ ଲିଙ୍କ୍ କରିବାକୁ ପଡିବ। ଯଦି ଏହା କରାଯାଏ ନାହିଁ, ତେବେ ସେମାନଙ୍କର PAN ୧ ଜାନୁଆରୀ ୨୦୨୬ରୁ ଇନ୍ଆକ୍ଟିଭ୍ ହୋଇଯିବ ।