ଆମେରିକାର ଆକ୍ରମଣ ପରେ ପୁଣି ଅଣ୍ଟା ଭାଙ୍ଗି ଛିଡା ହୋଇଛି ଇରାନ । ବର୍ତ୍ତମାନ ଇସ୍ରାଏଲ ଉପରେ ରହିଛି ଇରାନର ନଜର । ଯାହା ନୂଆ ମୋଡ ନେବାରେ ଲାଗିଛି । ଇସ୍ରାଏଲ-ଇରାନ ଯୁଦ୍ଧରେ ହସ୍ତକ୍ଷେପ କରିଛି ଆମେରିକା । ଯାହାର ପ୍ରତିଶୋଧ ନେବାକୁ ଯାଇ ଇରାନ୍ ଆକ୍ରମଣାତ୍ମକ ସାଜିଛି । ରାତାରାତି ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିଛି ଇରାନ ।
ସୂଚନାନୁଯାୟୀ, ଆମେରିକା ଅଯଥାରେ ଇରାନ୍-ଇସ୍ରାଏଲ ଯୁଦ୍ଧରେ ପଶିଛି । ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ – ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ଇତିହାସର ସବୁଠାରୁ ସଫଳ ସାମରିକ ଆକ୍ରମଣ କରିଛି । ଟ୍ରମ୍ପ କହିଛନ୍ତି, ‘ଫୋର୍ଡୋ ଚାଲିଗଲା ।’ ଏହା ସହିତ ବାରମ୍ବାର ଚେତାବନୀ ଦେଉଛନ୍ତି ଟ୍ରମ୍ପ । ଏଥିରେ ହିଂସାତ୍ମକ ହୋଇ ଇରାନ ଇସ୍ରାଏଲକୁ ଟାର୍ଗେଟ୍ କରିଛି ।