ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୫ ମୃତ ଅନେକ ଆହତ

ତାମିଲନାଡୁରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି । ଏହି ଅଘଟଣରେ ମଙ୍ଗଳବାର ଦେଖିବାକୁ ମିଳିଛି । ବିସ୍ଫୋରଣ ଘଟି ୫ଜଣଙ୍କର ମୃତ୍ୟୁ ଘଟିଛି । ବିସ୍ଫୋରଣ ଯୋଗୁଁ ଧୂଆଁମୟ ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ତାମିଲନାଡୁର ଶିବକାସୀ ଜିଲ୍ଲାରେ ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିବାରୁ ଭୟଙ୍କର ଅଗ୍ନିକାଣ୍ଡ ପୁରା ୟୁନିଟକୁ ଧ୍ବଂସବିଧ୍ବଂସ କରିଦେଇଥିଲା । ଏଥିରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ଏବଂ ଅଗ୍ନିଶମ ଏବଂ ଉଦ୍ଧାର ସେବା କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇଥିଲେ । ଅନେକ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି । ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *