ପ୍ରତିବର୍ଷ ପରି ଚଳିତବର୍ଷ କିସ୍ ପରିସରସ୍ଥ ଶ୍ରୀବାଣୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ସୁନାବେଶ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି । ଏଠାରେ ତିନିଠାକୁରଙ୍କ ବାହୁଡ଼ା ଯାତ୍ରା ମଧ୍ୟ ମହାଆଡ଼ମ୍ବରରେ ସଂପନ୍ନ ହୋଇଥିଲା ।
ବାହୁଡ଼ାରେ ଗୁଣ୍ଡିଚା ମନ୍ଦିରରୁ ଠାକୁରମାନେ ଫେରିବା ପରେ ଶ୍ରୀବାଣୀକ୍ଷେତ୍ରରେ ପ୍ରତିବର୍ଷ ସୁନାବେଶ ଆୟୋଜିତ ହୋଇଥାଏ । ଆଜି ଠାକୁରଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତ ସମାଗମ ହୋଇଥିଲା ।
ଠାକୁରମାନଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଆଦି ଦିଆଯାଇ ସୁନାବେଶ ବା ରାଜାଧିରାଜ ବେଶ କରାଯାଇଥାଏ ।
ଭକ୍ତମାନେ ଆଜି ଠାକୁରମାନଙ୍କ ସ୍ୱର୍ଣ୍ଣ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଦେଖିବାର ସୁଯୋଗ ପାଇଥିଲେ । ସୁନାବେଶରେ ସାଧାରଣତଃ ଠାକୁରମାନଙ୍କର ଶ୍ରୀପୟର, ଶ୍ରୀଭୂଜ, ଶ୍ରୀକିରିଟି, ସୂର୍ଯ୍ୟ, ଚନ୍ଦ୍ର, ମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି ଓ ଆୟୁଦ୍ଧମାନ ଲାଗି କରାଯାଇଥାଏ ।