ଓଡ଼ିଶାରେ ରାହୁଲ । ଭୁବନେଶ୍ବରରେ ପହଞ୍ଚିଲେ ରାହୁଲ ଗାନ୍ଧୀ । ଦିଲ୍ଲୀରୁ ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ କଂଗ୍ରେସ ନେତାମାନେ ଭବ୍ୟ ସ୍ବାଗତ କରିଛନ୍ତି । ତାଙ୍କ ସହ ଏଆଇସିସି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଆସିଛନ୍ତି । ୨୪ ନିର୍ବାଚନ ପରେ ରାହୁଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ରାହୁଲଙ୍କ ପୋଷ୍ଟର, ହୋଡିଂ ଓ ବ୍ୟାନର । ବିମାନବନ୍ଦର ଛକରୁ ଜୟଦେବବିହାର ଛକ ଯାଏଁ ରାହୁଲ ରୋଡ୍ ସୋ’ । ଏହାପରେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବେ ।
ଦେଶ ଓ ରାଜ୍ୟ ରାଜନୀତି ଉପରେ କଣ କହିବେ ତା ଉପରେ ନଜର ରହିବ । ସଭା ସରିବା ପରେ ଚାଷୀଙ୍କ ଦୁଇ ପ୍ରତିନିଧି ଦଳକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୩ଟାରେ କଂଗ୍ରେସ ଭବନରେ ବସିବ ବଡ଼ ବୈଠକ । ରାଜନୈତିକ ବ୍ୟାପାର କମିଟି ପରେ ବିଧାୟକ ଓ ପିସିସି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ରାହୁଲ ।