କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ‘ଶକ୍ତିଶ୍ରୀ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ | ବିଗତ ଦିନରେ କଲେଜରେ ଘଟୁଥିବା ପରିସ୍ଥିତିକୁ ଆଖି ଆଗରେ ରଖି 16 ଟି ବିଶ୍ୱବିଦ୍ୟାଳୟ ଓ 730 ଟି ଅନୁଦାନ ପ୍ରାପ୍ତ କଲେଜରେ କାର୍ଯକାରୀ ହେବ “ଶକ୍ତିଶ୍ରୀ” | ସ୍ନାତକ ଓ ସ୍ନାତୋକତର କଲେଜରେ ଆତ୍ମ ସୁରକ୍ଷା ପାଇଁ 8 ଟି ଦିଗ ଉପରେ କାମ କରିବେ ସରକାର | ସେଥିପାଇଁ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ସହ ଦାୟିତ୍ୱ ନେବେ ଛାତ୍ରୀ | ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ଗଠନ ହେବ | ଏହାକୁ ପରିଚାଳନା କରିବେ ଛାତ୍ରୀ | ଜଣେ ଛାତ୍ରୀ ଶକ୍ତି ଶ୍ରୀ ସାଥି, ଅଧ୍ୟାପିକା ଶକ୍ତି ଶ୍ରୀ ସଂଯୋଜିକା, ଜିଲ୍ଲାପାଳଙ୍କ ଦ୍ୱାରା 5 ଜଣ ମହିଳା ଶକ୍ତିଶ୍ରୀ ଅପା କାର୍ଯ୍ୟ କରିବେ | ପ୍ରତି 3 ମାସରେ ଥରେ କ୍ୟାମ୍ପସ ପରିଦର୍ଶନ କରିବେଓ ଛାତ୍ରୀଙ୍କ ମେଣ୍ଟର ହେବେ |
6 ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସହ ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ହେବ | ଶକ୍ତିଶ୍ରୀ ମୋବାଇଲ ଆପ ଆସିବ | 24 ଘଣ୍ଟା କାର୍ଯ୍ୟକାରୀ ହେବ ଏହି ଆପ | ଛାତ୍ରୀଙ୍କୁ ଅବଗତ କରାଯିବ ଆପ ବ୍ୟବହାର ପାଇଁ | ଏଥିପାଇଁ ଅଭ୍ୟନ୍ତରୀଣ କମିଟି ଗଠନ ହେବେ | ଏମାନଙ୍କୁ ଫୋନ ପ୍ରଦାନ କରାଯିବ | ନିଜ ପରିଚୟ ଗୋପନ କରି ଅଡିଓ କିମ୍ବା ଭିଡିଓ ମେସେଜ ପଠାଇବେ ଛାତ୍ରୀ | ଟେଲି ମାନସର ସୁବିଧା ଆପରେ ବ୍ୟବହାର କରିପାରିବେ ଛାତ୍ରୀ | SOS ବଟନ ରେ ତୁରନ୍ତ ସାହାଯ୍ୟ ନେଇପାରିବେ |
ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ କୋଡ଼ ଅଫ କଣ୍ଡଟ ଲାଗୁହେବ | ସୁରକ୍ଷିତ କ୍ୟାମ୍ପେନ ନାମରେ ବର୍ଷକୁ ଦୁଇ ଥର କାର୍ଯ୍ୟକ୍ରମ ହେବ | କ୍ୟାମ୍ପସ ସୁରକ୍ଷା ପାଇଁ ପ୍ରତି କଲେଜ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ରିପୋର୍ଟ ପ୍ରଦାନ କରିବେ | ସିସିଟିଭି କ୍ୟାମେରା ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଲାଗିବ | 24 ଘଣ୍ଟା ମନିଟରିଙ୍ଗ ହେବ କ୍ୟାମେରା | ଅନ ଲାଇନ କୋର୍ସ କରିବେ ଛାତ୍ରୀ | ଶକ୍ତିଶ୍ରୀ ରୁପୁଣୀ ବାର୍ଷିକ କର୍ମଶାଳା ଆୟୋଜନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ |