ପ୍ଲାଷ୍ଟିକ ବୋତଲରେ ଆଉ ମିଳିବନି ପେଟ୍ରୋଲ । ଏମିତି ଘୋଷଣା କଲେ ଯୋଗାଣ ମନ୍ତ୍ରୀ । ଏଣିକି କେହି ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକି ପାରିବେନି । ବାହାରେ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ । ଆସନ୍ତାକାଲି ଠାରୁ ଯାଞ୍ଚ କଡାକଡି ହେବ । ପେଟ୍ରୋଲ ପମ୍ପ୍ ରେ ମଧ୍ୟ ଯାଞ୍ଚ ହେବ । ତେବେ ଅତ୍ୟାବଶକ ସ୍ଥଳେ କାଚ ଓ ଟିଣ ବୋତଲରେ ପେଟ୍ରୋଲ ନେଇ ପାରିବେ । ଆଜି ଏମିତି କିଛି ଘୋଷଣା କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
କାହାକୁ କେମିତି ମିଳିବ ପେଟ୍ରୋଲ ଓ ଡିଜେଲ । ନୀତି ନିର୍ଦ୍ଧାରଣ କରିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ବୈଠକ ବସିଥିଲା ଆଜି । ଲୋକସେବା ଭବନରେ ଚାଲିଥିଲା ବୈଠକ ।ପେଟ୍ରୋଲ ପମ୍ପ ସଙ୍ଘ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା ।