ବଲିଉଡ ପରେ ସାଉଥ ଇଣ୍ଡଷ୍ଟ୍ରିରେ ଏବେ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି ରାଘବ। ସେ ସାଉଥ ଫିଲ୍ମ “ଦ ପାରାଡାଇଜ୍” ରେ ଅଭିନୟ କରିବାକୁ ଯାଉଛନ୍ତି। ସେ ଏହି ଫିଲ୍ମରେ ତେଲୁଗୁ ସୁପରଷ୍ଟାର ନାନିଙ୍କ ସହ ନଜର ଆସିବେ । ନେଗେଟିଭ୍ ରୋଲରେ ରାଘବଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଯାହା ସ୍ପାନିସ୍ ସମେତ ବହୁ-ଭାଷା ମୁକ୍ତିଲାଭ କରୁଛି । ‘ଦଶରା’ ଫେମ୍ ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଦର୍ଶକଙ୍କୁ ଏକ ରୋମାଞ୍ଚକର ଏବଂ ବିଶ୍ୱସ୍ତରୀୟ ସିନେମା ଅଭିଜ୍ଞତା ଦେବାକୁ ପ୍ରତିଶ୍ରୁତି ଦେଇଛି ।
ଫିଲ୍ମକୁ ନେଇ ରାଘବ କହିଛନ୍ତି, “ମୋର ପରବର୍ତ୍ତୀ ଚଳଚ୍ଚିତ୍ର “ଦ ପାରାଡାଇଜ୍” ରେ ମୋତେ ନାନିଙ୍କ ସହ ଦେଖନ୍ତୁ । ନାନି, ଜଣେ ନ୍ୟାଚୁରାଲ ଷ୍ଟାର, ମୁଁ ତାଙ୍କ ସହ କାମ କରିବାକୁ ବହୁତ ଭାଗ୍ୟବାନ ମନେ କରୁଛି। ଏହା ସ୍ପାନିସ୍, ତେଲୁଗୁ ଏବଂ ହିନ୍ଦୀରେ ମୁକ୍ତିଲାଭ କରୁଛି । ଶ୍ରୀକାନ୍ତ ଓଡେଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ନାଚୁରାଲ ଷ୍ଟାର ନାନି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ପୁଣିଥରେ ତାଙ୍କର ଅନନ୍ୟ ସ୍କ୍ରିନ୍ ଉପସ୍ଥିତି ସହିତ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ଫିଲ୍ମର ସଙ୍ଗୀତ ପ୍ରଖ୍ୟାତ ସଂଗୀତଜ୍ଞ ଅନିରୁଦ୍ଧ ରବିଚନ୍ଦ୍ରଙ୍କ ଦ୍ୱାରା ରଚିତ । ପ୍ରୋଜେକ୍ଟ ଟିମ୍ରେ ସିନେମାଟୋଗ୍ରାଫର ସି.ଏଚ୍. ସାଇ, ସମ୍ପାଦକ ନବୀନ ନୁଲି ଏବଂ ପ୍ରଡକ୍ସନ୍ ଡିଜାଇନର୍ ଅଭିନାଶ କୋଲ୍ଲାଙ୍କ ଭଳି ପ୍ରମୁଖ ନାମ ଅନ୍ତର୍ଭୁକ୍ତ । ଏସଏଲଭି ସିନେମା ଦ୍ୱାରା ନିର୍ମିତ, ଦି ପାରାଡାଇଜ୍ ୨୬ ମାର୍ଚ୍ଚ, ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ୮ ଟି ଭାଷାରେ ମୁକ୍ତିଲାଭ କରିବ।
