ଅକ୍ଟୋବର ୨୫ ଓ ୨୬ ତାରିଖ ଦୁଇ ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ରାଜ୍ୟ ପାରା ସନ୍ତରଣ ପ୍ରତିଯୋଗିତା । ପାରା କ୍ରୀଡ଼ା ସଂଘ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଏଥିରେ ଜୁନିୟର ଓ ସିନିୟର ବର୍ଗରେ ପୁରୁଷ ଓ ମହିଳା ଭାଗ ନେଇପାରିବେ । ରାଜ୍ୟ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ୨୫ତମ ଜାତୀୟ ପାରା ସନ୍ତରଣ ଚାମ୍ପିଅନସିପ୍ ପାଇଁ ଚୟନ କରାଯିବ ବୋଲି ପାରା ସ୍ପୋର୍ଟ୍ସ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
