ଗୁରୁବାର ଦିନ ଭାରତର ବୈଦେଶିକ ମନ୍ତ୍ରଣାଳୟ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ଏକ ସରକାରୀ ବିବୃତ୍ତି ଜାରି କରିଛି। ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ।
ଏମଇଏ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବିଷୟରେ ତିନୋଟି କଥା ସ୍ପଷ୍ଟ। ପ୍ରଥମତଃ, ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆଶ୍ରୟ ଦିଏ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ। ଦ୍ୱିତୀୟତଃ, ପାକିସ୍ତାନର ଆଭ୍ୟନ୍ତରୀଣ ବିଫଳତା ପାଇଁ ପଡ଼ୋଶୀମାନଙ୍କୁ ଦୋଷ ଦେବାର ଏକ ପୁରୁଣା ଅଭ୍ୟାସ ରହିଛି। ତୃତୀୟତଃ, ଆଫଗାନିସ୍ତାନ ନିଜ ଅଞ୍ଚଳ ଉପରେ ସାର୍ବଭୌମତ୍ୱ ପ୍ରୟୋଗ କରୁଥିବାରୁ ପାକିସ୍ତାନ ବିରକ୍ତ।”
ପାକିସ୍ତାନ ଅଭିଯୋଗ କରିଥିଲା ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ଆଫଗାନିସ୍ତାନ । ଏପରିକି ଆଫଗାନିସ୍ତାନ ପଛରେ ଭାରତ ଥିବା ମଧ୍ୟ ପାକିସ୍ତାନ କହିଥିଲା । ଏହାର ଜବାବରେ ଭାରତ କହିଛି ଯେ ନିଜର ଆଭ୍ୟନ୍ତରୀଣ ବିଫଳତାକୁ ଲୁଚାଇବାକୁ ଯାଇ ପାକିସ୍ତାନ ସବୁବେଳେ ପଡ଼ୋଶୀଙ୍କୁ ଦୋଷ ଦିଏ। ଏହା ତାହାର ପୁରୁଣା ଅଭ୍ୟାସ ।
ଏମଇଏ ମୁଖପାତ୍ର ରଣଧୀର ଜୟସୱାଲ ଜୋର ଦେଇ କହିଛନ୍ତି ଯେ ଭାରତ ଆଫଗାନିସ୍ତାନର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ସ୍ୱାଧୀନତା ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ।
ଏହା ପୂର୍ବରୁ ପାକିସ୍ତାନ ଅଭିଯୋଗ କରିଥିଲା ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ଆଫଗାନିସ୍ତାନ । ଏପରିକି ଆଫଗାନିସ୍ତାନ ପଛରେ ଭାରତ ଥିବା ମଧ୍ୟ ପାକିସ୍ତାନ କହିଥିଲା । ଏହାର ଜବାବରେ ଭାରତ କହିଛି ଯେ ନିଜର ଆଭ୍ୟନ୍ତରୀଣ ବିଫଳତାକୁ ଲୁଚାଇବାକୁ ଯାଇ ପାକିସ୍ତାନ ସବୁବେଳେ ପଡ଼ୋଶୀଙ୍କୁ ଦୋଷ ଦିଏ। ଏହା ତାହାର ପୁରୁଣା ଅଭ୍ୟାସ ।
