ଗୋବର୍ଦ୍ଧନ ଅସରାନୀ । ଜଣେ ହସାଉଥିବା ମଣିଷ । ହସି ହସି ବଞ୍ଚିବା ଶିଖାଉଥିବା ବ୍ୟକ୍ତିତ୍ୱ । ପ୍ୟାସନକୁ ଭଲ ପାଉଥିଲେ । ରିଜେକ୍ସନକୁ ଶକ୍ତି କରିଥିଲେ । ଜେଲର ଚରିତ୍ର ଦେଇଥିଲା ସ୍ୱତନ୍ତ୍ର ପରିଚୟ । ଫୁସଫୁସ ଜନିତ ସ୍ୱାସ୍ଥ୍ୟ ସମସ୍ୟା ପୀଡ଼ିତ ଅସରାନୀ ୮୪ ବର୍ଷ ବୟସରେ ଆଖି ବୁଜିଛନ୍ତି । ମହାନ୍ ଅଭିନେତା ଚୁପ୍ଚାପ ଚାଲିଯାଇଛନ୍ତି । ପଙ୍କଜ ଧୀରଙ୍କ ପରେ ଆଉ ଜଣେ ପ୍ରଖ୍ୟାତ କଳାକାରଙ୍କୁ ହରାଇ ସ୍ତବ୍ଧ ହୋଇଛି ବଲିଉଡ । ତାଙ୍କ ଦେହାନ୍ତରେ ବଲିଉଡରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ବଡ଼ କଥା ହେଉଛି ତାଙ୍କ ଅନ୍ତିମ ସଂସ୍କାର କେହି ଅଭିନେତା, ଲୋକ ଉପସ୍ଥିତ ନଥିଲେ । ସାନ୍ତାକ୍ରୁଜ୍ର ଶାନ୍ତି ନଗର ଶ୍ମଶାନରେ ଅସରାନୀଙ୍କ ଅନ୍ତିମ ସଂସ୍କାର ହୋଇଛି । ତାଙ୍କର ଇଚ୍ଛା ଥିଲା ତାଙ୍କ ଶେଷ ଯାତ୍ରା ଶାନ୍ତ ପରିବେଶ ସରଳ ଭାବରେ ହେଉ ବୋଲି ଚାହୁଁ ।
ସୋମବାର ମୁମ୍ବାଇରେ ଗୋବର୍ଦ୍ଧନ ଆସରାନୀଙ୍କ ଅନ୍ତିମ ସଂସ୍କାର ବ୍ୟକ୍ତିଗତ ଭାବରେ କରାଯାଇଥିଲା । ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ । ଅପରାହ୍ନ ୪ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ଖବର ତାଙ୍କ ଅନ୍ତିମ ସଂସ୍କାର ପରେ ଗଣମାଧ୍ୟମରେ ପହଞ୍ଚିଥିଲା । ରିପୋର୍ଟ ଅନୁସାରେ, ଏହା ଆସରାନୀଙ୍କ ଶେଷ ଇଚ୍ଛା ଥିଲା । ସେ ତାଙ୍କ ପତ୍ନୀ ମଞ୍ଜୁ ଆସରାନୀଙ୍କୁ କହିଥିଲେ ଯେ ତାଙ୍କ ମୃତ୍ୟୁ ପରେ କୌଣସି ଚର୍ଚ୍ଚା ହେବା ଉଚିତ୍ ନୁହେଁ। ସେ କୌଣସି ଆନୁଷ୍ଠାନିକ ଘୋଷଣା କିମ୍ବା ବିନା ଭିଡରେ ନିରାଡମ୍ବର ଢଙ୍ଗରେ ଶେଷଯାତ୍ରା କରିବାକୁ ଚାହୁଁଥିଲେ । ତାଙ୍କ ଶେଷ ଇଚ୍ଛା ଅନୁଯାୟୀ,ଅନ୍ତିମ ସଂସ୍କାରକୁ ସମ୍ପୂର୍ଣ୍ଣ ପାରିବାରିକ ଏବଂ ସରଳ ଭାବରେ କରାଯାଇଥିଲା । ଗଣମାଧ୍ୟମକୁ ବି ଅନୁମତି ନଥିଲା ।
ଗୋବର୍ଦ୍ଧନ ଅସରାନୀ କଳାକୁ ଏତେ ଭଲ ପାଉଥିଲେ ଯେ, ସେ କୁହନ୍ତି ଯେବେ ଆରାମ କରିବା କଥା ମନରେ ଭାବିବା ସେଦିନ ସବୁ ଶେଷ ହୋଇଯିବ । ଦିନେ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ପ୍ରକାଶ ପାଇଥିଲା ହେଲେ ଆଜି ସତକୁ ସତ ଦୁନିଆକୁ ଅଲବିଦା କହିଛନ୍ତି ଅସରାନୀ । ଆଉ ତାଙ୍କୁ ପରଦାରେ ଦେଖିବାକୁ ପାଇବେନି ଦର୍ଶକ । ଆଜି ଅଫେରା ରାଇଜକୁ ଚାଲିଯାଇଛନ୍ତି ଅସରାନୀ । ଏହା ସହ ବଲିଉଡ ଇଣ୍ଡଷ୍ଟ୍ରୀ ଜଣେ ତାଙ୍କ ଭଳି ହୀରାଙ୍କୁ ହରାଇଛି ।
