‘ସ୍ବଦେଶୀ ରାଫେଲ ଦରକାର… ’,ଭାରତୀୟ ବାୟୁସେନାର ପ୍ରସ୍ତାବକୁ ଫେରାଇ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତୀୟ ବାୟୁସେନାର ୧୧୪ଟି ମଲ୍ଟି ରୋଲ୍ ଯୁଦ୍ଧ ବିମାନ କ୍ରୟ ଯୋଜନାରେ ବାଧା।  ପ୍ରତିରକ୍ଷା ମନ୍ତ୍ରଣାଳୟ ବାୟୁସେନାର ପ୍ରସ୍ତାବକୁ ଅସମ୍ପୂର୍ଣ୍ଣ ବୋଲି କହି ଫେରାଇ ଦେଇଛି।  ଏହାର ଉତ୍ପାଦନ, ସ୍ୱଦେଶୀକରଣ ଏବଂ କ୍ରୟ ପ୍ରକ୍ରିୟା ଆଗକୁ ବଢିପାରିନି। ଏଥି ପାଇଁ ଭାରତୀୟ ମହାକାଶ ଶିଳ୍ପ ସହିତ ସହଯୋଗ ସମ୍ପର୍କରେ ଅଧିକ ସୂଚନା ଚାହାଁନ୍ତି ସରକାର।  ଅପରେସନ୍ ସିନ୍ଦୁର ପରେ, ସରକାର ଆତ୍ମନିର୍ଭରଶୀଳତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ନୂତନ ରଣନୀତି କାରଣରୁ ଏହି ଡିଲ୍ ଅଧିକ  ସମ୍ବେଦନଶୀଳ  ହୋଇଛି।

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ସ୍ବଦେଶୀ ନିର୍ମିତ ଉତ୍ପାଦନ ଉପରେ ବିଶ୍ବାସନୀୟତା ବଢିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଚାହୁଁଛି ଭାରତୀୟ ବାୟୁସେନା ଫ୍ରାନ୍ସରୁ  କ୍ରୟ କରୁଥିବା ୧୧୪ ମଲ୍ଟିରୋଲ ଫାଇଟର ଏୟାରକ୍ରାଫ୍ଟ ଭାରତରେ ତିଆରି ହେଉ। ଏଥିପାଇଁ ସେ ଡାସଲ୍ଟ ଆଭିଏସନରୁ ନୂତନ ଭାବରେ ପ୍ରସ୍ତାବ ଚାହୁଁଛି। ଏହି ରଣନୀତି ପରିବର୍ତ୍ତନ ପଛରେ ରହିଛି ଆତ୍ମନିର୍ଭରତା ଏବଂ ଦେଶର ରୋଜଗାର ବଢାଇବାର ଲକ୍ଷ୍ୟ। ସରକାର ଚାହାଁନ୍ତି ଯେ ଏପରି ପ୍ରତିରକ୍ଷା ଚୁକ୍ତି କେବଳ କ୍ରୟ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରୁ। ତେବେ ରାଫେଲର ୩୬ ଯୁଦ୍ଧ ବିମାନ ଫ୍ରାନ୍ସର ଡାସଲ୍ଟ ଆଭିଏସନ୍ ମଲ୍ଟି ରୋଲ୍ ଫାଇଟର ଏୟାରକ୍ରାଫ୍ଟ ଡିଲ୍‌ର ଦାବିଦାରୀ ରହିଛି। କିନ୍ତୁ ଭାରତୀୟ ବାୟୁସେନା ଯେଉଁ ପ୍ରସ୍ତାବ ଦେଇଛି,ସେଥିରେ ଏହାର ମାନୁଫାକଚରିଂକୁ ନେଇ ବିସ୍ତୃତ ଯୋଜନା ନାହିଁ। ପ୍ରସ୍ତାବରେ ଏହାର ଉତ୍ପାଦନ ନେଇ ବିସ୍ତୃତ ଯୋଜନା ନାହିଁ, ଯେପରିକି ଭାରତରେ ଏହାର ଉତ୍ପାଦନ ପାଇଁ ଲକ୍ଷ୍ୟ କ’ଣ କିମ୍ବା ସ୍ୱଦେଶୀ ଘରୋଇ କ୍ଷେତ୍ରର କମ୍ପାନୀଗୁଡ଼ିକ କେତେ ଏବଂ କେବେ ଏଥିରେ ସାମିଲ ହେବେ? 

ମନ୍ତ୍ରଣାଳୟର ଇଚ୍ଛାକୁ ଦୃଷ୍ଟିରେ ରଖି, ଡାସଲ୍ଟ ଆଭିଏସନ୍ ଏକ ନୂତନ ପ୍ରସ୍ତାବ ଦାଖଲ କରିବାର ସମ୍ଭାବନା ଅଛି, ଯେଉଁଥିରେ ଭାରତରେ ଆସେମ୍ବଲ ଠାରୁ ଆରମ୍ଭ କରି ସପ୍ଲାଇ ଚେନ୍ ଓ ଟେକ୍ନାଲୋଜି ଟ୍ରାନ୍ସଫର ପର୍ଯ୍ୟନ୍ତ ସବୁକିଛି ବିସ୍ତୃତ ସୂଚନା ରହିବ।   ସରକାର ଚାହାଁନ୍ତି ଯେ ଏହି ଯୁଦ୍ଧ ବିମାନ  ୭୫% ପର୍ଯ୍ୟନ୍ତ ସ୍ୱଦେଶୀ ହେଉ, ଯାହା ପୂର୍ବ ଚୁକ୍ତିନାମା ତୁଳନାରେ ବହୁ ଅଧିକ। ଭବିଷ୍ୟତରେ ଭାରତରେ ଅଧିକାଂଶ ରାଫେଲ ଉପାଦାନ ନିର୍ମାଣ କରିବାର ଅର୍ଥ ଦେଶରେ ରୋଜଗାର ସୃଷ୍ଟି କରିବା।  ଡାସଲ୍ଟ ବର୍ତ୍ତମାନ ହାଇଦ୍ରାବାଦରେ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍ ହବ୍ ପ୍ରତିଷ୍ଠା କରିବାର ପ୍ରସ୍ତାବ ଦେଇଛି। ମନ୍ତ୍ରଣାଳୟ ଏସବୁ ସହିତ ସହମତ, କିନ୍ତୁ ମୂଲ୍ୟ ସମ୍ପର୍କରେ ଏକ ଦୃଢ଼ ପ୍ରସ୍ତାବ ଆବଶ୍ୟକ, ଟେକ୍ନୋଲୋଜି ଟ୍ରାନ୍ସଫର ଓ ଦୃଢ଼ ସପ୍ଲାଇ ଚେନ୍ ପ୍ରତିଶ୍ରୁତି ଭରସା ମିଳିବା ଦରକାର ବୋଲି କହିଛନ୍ତି ସରକାର।

Leave a Reply

Your email address will not be published. Required fields are marked *