ସାଉଥ ଇଣ୍ଡଷ୍ଟ୍ରିର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲା ଖୁବ୍ ଶୀଘ୍ର ଦ୍ୱିତୀୟ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଦମ୍ପତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ଖୁସି ଖବର ବିଷୟରେ ଘୋଷଣା କରିଛନ୍ତି। ଉପାସନା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ବେବି ସାୱାରର ଏକ ଝଲକ ସେୟାର କରିଛନ୍ତି, ଯେଉଁଥିରେ ଉପାସନା ଏବଂ ରାମ ଚରଣ ଦୁହେଁ ଖୁବ ଖୁସି ଦେଖାଯାଉଛନ୍ତି।
ଉପାସନା କୋନିଡେଲା ଇନଷ୍ଟାଗ୍ରାମରେ ବେବି ସାୱାରର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସମଗ୍ର ପରିବାର ଏକାଠି ପୂଜାର୍ଚ୍ଚନା କରୁଥିବାର ଦେଖାଯାଉଛି। ଭିଡିଓ ସେୟାର କରି ଉପାସନା କ୍ୟାପସନ ଦେଇଛନ୍ତି, “ଏହି ଦୀପାବଳି ଡବଲ ସେଲିବ୍ରେସନ୍, ଡବଲ ପ୍ରେମ ଏବଂ ଡବଲ ଆଶୀର୍ବାଦ ଥିଲା।” ତେବେ ଭିଡିଓରେ, ଉପାସନା ନୀଳ ପୋଷାକରେ ନଜର ଆସିଥିବା ବେଳେ, ରାମ ଚରଣ କୁର୍ତ୍ତା-ପାଇଜାମା ପିନ୍ଧିଛନ୍ତି।
ଉପାସନାଙ୍କ ପୋଷ୍ଟରେ ପ୍ରଶଂସକମାନେ କମେଣ୍ଟ କରି ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, “ଅନେକ ଅଭିନନ୍ଦନ।” ଆଉ ଜଣେ ଲେଖିଛନ୍ତି, “ତୁମର ଦ୍ୱିତୀୟ ଗର୍ଭଧାରଣ ପାଇଁ ଶୁଭକାମନା।” ଆଉ ଜଣେ ଲେଖିଛନ୍ତି, “ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ଉପାସନା।”
