୩୧ରେ ବଡ଼ ପରଦାକୁ ଆସିବ ଶେହନାଜଙ୍କ ‘ଇକ୍‌ କୁଡ଼ି’, ଫିଲ୍ମରେ ଦେଖିବାକୁ ମିଳିବ କମେଡି ଡ୍ରାମା

ଶେହନାଜ ଗିଲ୍‌ଙ୍କ ଅପ୍‌କମିଙ୍ଗ ପଞ୍ଜାବୀ କମେଡି ଡ୍ରାମା  ‘ଇକ୍‌ କୁଡ଼ି’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମରଜିତ ସିଂହ ସରୋଁ । ଫିଲ୍ମର କାହାଣୀ ବ୍ୟବସ୍ଥିତ ବିବାହ ଉପରେ ପର୍ଯ୍ୟବସିତ । ୨ ମିନିଟ୍‌ ୪୮  ସେକେଣ୍ଡ୍‌ର ଏହି ଟ୍ରେଲର୍‌ ଦୁଇଟି  ପିଢ଼ିର କାହାଣୀ ସହିତ ଆରମ୍ଭ ହୋଇଛି । ସିମ୍ମି ଭୂମିକାରେ ଅଭିନୟ କରିଛନ୍ତି ଶେହନାଜ । ବ୍ୟବସ୍ଥିତ ବିବାହ ଜରିଆରେ ସେ ନିଜର ଜୀବନସାଥୀ ଖୋଜୁଛନ୍ତି ।  ଚାହୁଁଥିବା ସବୁ ଗୁଣସମ୍ପନ୍ନ ଜଣେ ମଣିଷ ଖୋଜୁ ଖୋଜୁ  ସେ ସମାଜର ନିୟମକୁ ଉଲ୍ଲଂଘନ କରିଛନ୍ତି । ଏହା ପରେ  କାହାଣୀ ମଜାଦାର ମୋଡ଼ ନେଇଛି । ବର୍ତ୍ତମାନ ସମାଜରେ  ଯାହା ଘଟୁଛି, ଫିଲ୍ମରେ ତାହା ପ୍ରଦର୍ଶିତ ହୋଇଛି ।

ମହିଳାମାନେ ବର୍ତ୍ତମାନ ଯତ୍ନ ନେଉଥିବା, ସାହସୀ ଓ  ପ୍ରେମ କରୁଥିବା ସାଥୀ ଖୋଜୁଛନ୍ତି । ଯିଏ ଘର କାମରେ ସାହାଯ୍ୟ କରିବା ସହିତ ପରିବାରକୁ ମଧ୍ୟ ଦେଖୁଥିବ ।  ଫିଲ୍ମରେ ଭରପୂର ମଜାମସ୍ତି, ଆବେଗ, ରୋମାଞ୍ଚ ରହିଛି,  ଯାହାକୁ ପରିବାର ସହିତ ଥିଏଟରରେ ଦେଖିବାକୁ ଦର୍ଶକ  ପସନ୍ଦ କରିବେ ବୋଲି ଶେହନାଜ ଆଶା କରୁଛନ୍ତି । ଆସନ୍ତା  ୩୧ ତାରିଖରେ ଫିଲ୍ମଟି ବିଶ୍ୱସ୍ତରରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *