ଟାଟା ଟ୍ରଷ୍ଟ ଟ୍ରଷ୍ଟିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ତୁଟିବାକୁ ଯାଉଛି । କାର୍ଯ୍ୟଧାରାରେ ସ୍ୱଚ୍ଛତା ଏବଂ ସୂଚନା ଶେୟାର ଭଳି ପ୍ରସଙ୍ଗରେ ମତମେଦ ରହିଥିଲା। ଏବେ ବୋର୍ଡରେ ବେଣୁ ଶ୍ରୀନିବାସନଙ୍କୁ ପୁଣି ଥରେ ନିଯୁକ୍ତି ମିଳିଛି । ଟ୍ରଷ୍ଟିଙ୍କ ସହ ଇ-ମେଲ୍ରେ ତାଙ୍କ ଆଲୋଚନା ଜାରି ରହିଥିବାରୁ ଏହି ମାମଲାରେ ସହମତି ପ୍ରକାଶ ପାଇଥିବା ଆଶା କରାଯାଉଛି ।
ଏକ ପୋଷ୍ଟ ଶେୟାର କରି ଶ୍ରୀନିବାସ କହିଛନ୍ତି, ତାଳମେଳ ରକ୍ଷାକରି କାମ କରିବା ନେଇ ଆଶା ରହିଛି । ଏହାର ଜବାବରେ ଆଜୀବନ ଟ୍ରଷ୍ଟି ଭାବେ ମନୋନିତ ହୋଇଥିବା ମେହଲି ମିସ୍ତ୍ରୀ ଲେଖିଛନ୍ତି, ତାଳମେଳ ରକ୍ଷା କରି କାମ କରିବା ଆମ ମୂଳ ଲକ୍ଷ୍ୟ । ଜରୁରୀ ସୂଚନା ଶେୟାର କରିବା ନେଇ ସହମତି ପ୍ରକାଶ ପାଇଛି । ସବୁ ପୁରୁଣା କଥାକୁ ଭୁଲି ରତନଙ୍କ ଲକ୍ଷ୍ୟ ଅନୁସାରେ ଏକାଠି ହେବାକୁ ପଡିବ । ୨୧ ଅକ୍ଟୋବରରେ ବେଣୁ ଶ୍ରୀନିବାସନଙ୍କୁ ଆଜୀବନ ଟ୍ରଷ୍ଟି ନିଯୁକ୍ତି ମିଳିବା ପରେ ଏବେ ମେହଲି ମିସ୍ତ୍ରୀଙ୍କ ନାମ ପ୍ରସ୍ତାବ ଦିଆଯାଇଛି । ମିସ୍ତ୍ରୀ ସେହି ୪ ଟ୍ରଷ୍ଟିଙ୍କ ମଧ୍ୟରେ ରହିଛନ୍ତି ଯେଉଁମାନେ ଟାଟାସନ୍ସ ବୋର୍ଡରେ ନିୟମ ଉଲ୍ଲଘଂନ ଅଭିଯୋଗ ରହିଥିଲା ।
