କାର ରଖି ହୋଟେଲକୁ ଖାଇବାକୁ ଯାଇଥିଲେ,  କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା

କାର ରଖି ହୋଟେଲକୁ ଖାଇବାକୁ ଯାଇଥିଲେ,  କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା।  ବରଗଡ଼ ଗାନ୍ଧି ଛକରେ ଏକ ହୋଟେଲ ସାମ୍ନାରେ ଏହି ଘଟଣା ଘଟିଛି।

ଜମି ବିକ୍ରୀ ବାବଦରେ ଦେବାକୁ ଥିବା ଟଙ୍କା ପାଇଁ ଷ୍ଟେଟ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ଓ ଏଟିଏମରୁ କଢାଯାଇଥିବ ୫ ଲକ୍ଷ ଟଙ୍କା କାରର ଆଗ ସିଟରେ ରଖି ଗାଡି ମାଲିକ ସୁବୋଧ ଦାଶ ଓ ତାଙ୍କ ପିତା ଖାଇବା ପାଇଁ ଯାଇଥିଲେ l କିନ୍ତୁ ଫେରିବା ପରେ କାରର ଆଗ କାଚ ଭାଙ୍ଗି ଦୁବୃର୍ତ୍ତମାନେ ଟଙ୍କା ଲୁଟି ନେଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ସୁବୋଧ ଚନ୍ଦ୍ର ଦାସ l ତେବେ ପୁଲିସ ଘଟଣାର ତନାଘନା କରୁଛି।ଟଙ୍କା ନେଇ ଆସିବା ବେଳେ ତାଙ୍କୁ କେହି ପିଛା କରିଥିବା ସୁବୋଧ ସନ୍ଦେହ କଛନ୍ତି l

Leave a Reply

Your email address will not be published. Required fields are marked *