ନୂଆପଡ଼ା ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍.ଏସ୍. ଗୋପାଳନ୍ । ସିଇଓ ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ତିନିଟି ପର୍ଯ୍ୟାୟରେ ବୈଠକ କରିଥିଲେ । ଏହି ଅବସରରେ ସୂଚନା ଦେଇଛନ୍ତି ଯେ ନୂଆପଡ଼ାରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ହୋଇଛି । ସବୁକିଛି ଠିକ୍ ଠାକ୍ ଚାଲିଛି । ଆଚରଣବିଧି ଉଲ୍ଲଙ୍ଘନ ନେଇ କିଛି ଅଭିଯୋଗ ଆସିଛି । ଯାହାର ଅନୁଧ୍ୟାନ ଚାଲିଛି ।
ଚଳିତ ଉପନିର୍ବାଚନରେ ନୂଆପଡ଼ାରେ ୩୫୦ ବୁଥ୍ ହେବ । ଏଥିରୁ ନୂଆ କରି ହୋଇଛି ୫୬ ବୁଥ୍ । ୬ଟି ପିଙ୍କ୍ ବୁଥ୍ ହୋଇଛି । ପିଙ୍କ୍ ବୁଥ୍ଗୁଡ଼ିକୁ ମହିଳା ପୋଲିଂ ଅଫିସର ପରିଚାଳନା କରିବେ । ଓଡ଼ିଶାରେ ମଧ୍ୟ ଏସଆଇଆର୍ ହେବ । ମ୍ୟାପିଂ ଆରମ୍ଭ ହୋଇଯାଇଛି ବୋଲି ସିଇଓ କହିଛନ୍ତି ।
