ଟି-୨୦ କ୍ରିକେଟରେ ଚମତ୍କାର ବୋଲିଂ, ୯ ରନ ଦେଇ ୬ଟି ଓ୍ବିକେଟ୍ ନେଲେ ଅର୍ଶଦ ଖାଁ

ସୟଦ ମୁସ୍ତାକ ଅଲି ଟ୍ରଫିରେ ଚମତ୍କାର କରିଛନ୍ତି ମଧ୍ୟପ୍ରଦେଶର ବାମହାତୀ ପେସର ଅର୍ଶଦ ଖାଁ । ସେ ଚଣ୍ଡିଗଡ଼ ବିପକ୍ଷ ମ୍ୟାଚ୍ରେ ମାତ୍ର ୪ ଓଭର ପକାଇ ଗୋଟିଏ ମେଡନ ଓଭର ସହ ମୋଟ ୬ଟି ଓ୍ବିକେଟ ନେବାର ସଫଳତା ହାସଲ କରିଛନ୍ତି । ସେ ଏହା ସହିତ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବୋତ୍ତମ ବୋଲିଂ ସ୍ପେଲର ରେକର୍ଡ ସ୍ଥାପନ କରିଛନ୍ତି।

ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍ରେ, ଅର୍ଶଦ ଖାଁ ୪ ଓଭର ବୋଲିଂ କରିଥିଲେ, ଯେଉଁଥିରେ ଗୋଟିଏ ମେଡେନ୍ ଓଭର ଥିଲା ଓ ସେ ନିଜର ଏହି ସ୍ପେଲରେ ମାତ୍ର ୬ ରନ୍ ଦେଇଥିଲେ। ଟି-୨୦ କ୍ରିକେଟ୍ରେ ଜଣେ ବୋଲର ନିଜର ଚାରି ଓଭର ମେଡେନ୍ ମଧ୍ୟରୁ ଗୋଟିଏ ବୋଲିଂ କରିବା ବିରଳ। ଏହି ଶକ୍ତିଶାଳୀ ବୋଲିଂ ସହିତ, ଅର୍ଶଦ ଏବେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଚଣ୍ଡିଗଡ଼ ୮ ଓ୍ବିକେଟ ହରାଇ ୧୩୪ ରନ କରିଥିଲା । ଏହାର ଜବାବରେ ମଧ୍ୟପ୍ରଦେଶ ୧୪ ଓଭରରେ ୩ଟି ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ହର୍ଷ ଗଓ୍ବାଲି ୭୪ ରନ କରିଥିବାବେଳେ ହରପ୍ରିତ ସିଂ ଭାଟିଆ ୪୮ ରନ କରିଥିଲେ ।

Leave a Reply

Your email address will not be published. Required fields are marked *