ଅଭିନେତ୍ରୀଙ୍କ ଦାବିକୁ ନେଇ ଚାଞ୍ଚଲ୍ୟ: ସୂର୍ଯ୍ୟ ମୋତେ ସବୁବେଳେ ମେସେଜ୍ କରୁଥିଲେ

ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଲିଉଡ୍ ଅଭିନେତ୍ରୀ ତଥା ଏମ୍‌ଟିଭି ସ୍ପ୍ଲିଟ୍‌ସ୍‌ଭିଲାର ଚର୍ଚ୍ଚିତ ସଦସ୍ୟା ଖୁସି ମୁଖାର୍ଜୀ ଚାଞ୍ଚଲ୍ୟକର ଦାବି କରିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂର୍ଯ୍ୟଙ୍କ ରସିକିଆ ଗୁଣ ଉପରୁ ପରଦା ଉଠାଇବାକୁ ଯାଇ ସେ କହିଛନ୍ତି, ସୂର୍ଯ୍ୟ ମୋତେ ଆଗରୁ ସବୁବେଳେ ମେସେଜ୍ କରୁଥିଲେ। ଏବେ କିନ୍ତୁ ଆମ ଭିତରେ କୌଣସି ଯୋଗାଯୋଗ ନାହିଁ। ସେହିଭଳି ଆଗାମୀ ଭବିଷ୍ୟତରେ କୌଣସି କ୍ରିକେଟର୍‌ଙ୍କୁ ଡେଟ୍ କରିବା ସମ୍ଭାବନାକୁ ସେ ସଂପୂର୍ଣ୍ଣ ଏଡ଼ାଇ ଯାଇଛନ୍ତି। ‘‘ମୁଁ କୌଣସି କ୍ରିକେଟର୍‌ଙ୍କୁ ଡେଟ୍ କରିବାକୁ ଚାହେନି।

ଅତୀତରେ ମୋ ପଛରେ କିନ୍ତୁ ବହୁତ କ୍ରିକେଟର୍‌ ପଡ଼ିଥିଲେ। ସୂର୍ଯ୍ୟକୁମାର ଯାଦବ ମୋତେ ବହୁତ ମେସେଜ୍ କରୁଥିଲେ। ଏବେ ଆମେ ଆଉ ବେଶି କଥା ହେଉନୁ। ମୁଁ ମଧ୍ୟ କୌଣସି କ୍ରିକେଟର୍‌ଙ୍କ ସହ ଯୋଡ଼ି ହେବାକୁ ପସନ୍ଦ କରେନି। ସତ କଥା ହେଲା ଏବେ ମୁଁ ଆଉ କାହା ପ୍ରେମରେ ପଡ଼ିବାକୁ ଆଗ୍ରହୀ ନାହିଁ’’ ବୋଲି ନିଜ ଲଭ୍‌ଲାଇଫ୍ ଉପରେ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇ ଖୁସି କହିଥିଲେ। ତାଙ୍କ ଦାବିକୁ ନେଇ ସୂର୍ଯ୍ୟ କିନ୍ତୁ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ବରଂ ନିଜ ପତ୍ନୀ ଦେବିଶା ସେଟ୍ଟୀଙ୍କ ସହ ବୁଲାବୁଲି କରି ନୂଆବର୍ଷ ପୂର୍ବ ସମୟକୁ କଟାଉଛନ୍ତି। ନିକଟରେ ଉଭୟ ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏଣୁ ଖୁସିଙ୍କ ଦାବିରେ ବିଶେଷ ସତ୍ୟତା ନଥିବା ସୂର୍ଯ୍ୟଙ୍କ ପ୍ରଶଂସକମାନେ କୁହାକୁହି ହେଉଛନ୍ତି।

Leave a Reply

Your email address will not be published. Required fields are marked *