ଭାରତ ସହ ମୁକାବିଲା ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ମିଚେଲ ମାର୍ଶ ଅଧିନାୟକ, ଫେରିଲେ ଷ୍ଟାର୍କ

ଅକ୍ଟୋବର ୧୯ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ସିରିଜ୍। ଏଥିପାଇଁ ଅଷ୍ଟ୍ରେଲିଆର ୧୫ଜଣିଆ ଦିନିକିଆ ଦଳକୁ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଫେରିଛନ୍ତି। ପ୍ୟାଟ୍ କମିନ୍ସ ବର୍ତ୍ତମାନ ଉପଲବ୍ଧ ନଥିବାରୁ ମିଚେଲ ମାର୍ଶ, ଦଳର ଅଧିନାୟକତ୍ୱ ଜାରି ରଖିବେ।

ତେବେ ଷ୍ଟାର୍କ ଗତ ମାସରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହା ପୂର୍ବରୁ ସେ ଅଗଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଖେଳି ନଥିଲେ। ୱେଷ୍ଟଇଣ୍ଡିଜ୍ ଟେଷ୍ଟ ଗସ୍ତରୁ ଫେରିବା ପରେ ସେ ତାଙ୍କ କାର୍ଯ୍ୟଭାରର ବିଶେଷ ଧ୍ୟାନ ଦେଉଥିଲେ ଯାହା ଦ୍ଵାରା ଆଶେସ୍ ପାଇଁ ତାଙ୍କର ପ୍ରସ୍ତୁତି ପ୍ରଭାବିତ ନହୁଏ। ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ନଭେମ୍ବର ୨୦୨୪ରେ ଆଡିଲେଡ୍‌ରେ ପାକିସ୍ତାନ ବିପକ୍ଷରେ ଥିଲା।

ଏଥର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୧ ସିରିଜ୍ ପରାଜୟ ପରେ ଅଷ୍ଟ୍ରେଲିଆ ଦିନିକିଆ ଦଳରେ ସାମିଲ ହୋଇଥିବା ୪ଜଣ ଖେଳାଳିଙ୍କ ମଧ୍ୟରୁ ଷ୍ଟାର୍କ ଜଣେ। ଅନ୍ୟ ନୂତନ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ବ୍ୟାଟସମ୍ୟାନ୍ ରେନଶା, ମ୍ୟାଟ୍ ସର୍ଟ ଏବଂ ମିଚ୍ ଓୱେନ୍।

ଦିନିକିଆ ଦଳ: ମିଚେଲ ମାର୍ଶ (ଅଧିନାୟକ), ଜାଭିୟର ବାର୍ଟଲେଟ୍, ଆଲେକ୍ସ କେରି, କୁପର କନୋଲି, ବେନ୍ ଡ୍ବାର୍ଶୁଇସ୍, ନାଥନ୍ ଏଲିସ୍, କାମେରୁନ୍ ଗ୍ରୀନ୍, ଜୋଶ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍, ମିଚେଲ ଓୱେନ୍, ମାଥ୍ୟୁ ରେନଶା, ମାଥ୍ୟୁ ସର୍ଟ, ମିଚେଲ ଷ୍ଟାର୍କ, ଆଡମ ଜାମ୍ପା।

Leave a Reply

Your email address will not be published. Required fields are marked *