ବାଂଲାଦେଶ ଉପରେ ଭାରି ପଡୁଛି ଚୀନ୍-ପାକିସ୍ତାନ ସହ ବନ୍ଧୁତା, ଦୁବାଇରୁ କିଣୁଛି ଭାରତର ଚାଉଳ

ସଂଯୁକ୍ତ ଆରବ ଏମିରେଟ୍ ବା ୟୁଏଇ ମରୁଭୂମିର ଦେଶ। ସେଠାର​‌ ଚାଉଳ ଉତ୍ପାଦନ ହୁଏ ନାହିଁ। ଏଥିପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରେ।  ହେଲେ ବାଂଲାଦେଶ କିନ୍ତୁ ୟୁଏଇରୁ ଚାଉଳ କିଣିବା ଉପରେ ଏବେ ପ୍ରଶ୍ନ ଉଠିଛି। ବାଂଲାଦେଶର ଖାଦ୍ୟ ବିଭାଗ କହିଛି, ଦୁବାଇରୁ ଆସୁଥିବା ଚାଉଳ ପ୍ରକୃତରେ ଭାରତୀୟ, କିନ୍ତୁ ଯୋଗାଣକାରୀଙ୍କ କାର୍ଯ୍ୟାଳୟ ଦୁବାଇରେ ଅଛି। ଅର୍ଥନୀତିଜ୍ଞଙ୍କ ଅନୁଯାୟୀ, ଦୁବାଇ ଦେଇ ଚାଉଳ ଆମଦାନୀ କରିବା ଦ୍ୱାରା ଅତିରିକ୍ତ ଖର୍ଚ୍ଚ ହୁଏ, ଯାହା ସାଧାରଣ ଟଙ୍କାର ଅପଚୟ। ଦୁବାଇ ଏକ ଚାଉଳ ଉତ୍ପାଦନକାରୀ ଦେଶ ନୁହେଁ, ବରଂ ଏହା ଭାରତରୁ ଚାଉଳ ଆମଦାନୀ କରେ ଏବଂ ପୁନଃ ରପ୍ତାନି କରେ। ଯଦିଓ ଭାରତରୁ ସିଧାସଳଖ ଚାଉଳ ଆମଦାନୀ କରିବାର ସୁଯୋଗ ଅଛି, ମଧ୍ୟସ୍ଥି କମ୍ପାନୀ ମାଧ୍ୟମରେ କିଣିବା ପାଇଁ ୟୁନୁସ ସରକାରଙ୍କ ନିଷ୍ପତ୍ତି ଆଶ୍ଚଯ୍ୟଜନକ ରହିଛି।

bddigest.com ରେ ପ୍ରକାଶିତ ଖବର ଅନୁସାରେ, ବାଂଲାଦେଶର ଖାଦ୍ୟ କ୍ରୟ ବିଭାଗର ନିର୍ଦ୍ଦେଶକ ମହମ୍ମଦ ମୋନିରୁଜ୍ଜମା କହିଛନ୍ତି, ଚାଉଳ ଯୋଗାଣକାରୀ କାର୍ଯ୍ୟାଳୟ ଦୁବାଇରେ ରହିଛି, କିନ୍ତୁ ଚାଉଳର ବାସ୍ତବିକ ଉତ୍ସ ଭାରତ ରହିଛି। ୨୨ ଅକ୍ଟୋବରରେ ସରକାରୀ କ୍ରୟ ପରାମର୍ଶଦାତା ପରିଷଦ ମିଆଁମାର ଓ ଦୁବାଇରେ ମୋଟ ୧,୦୦,୦୦୦ ଟନ୍ ଚାଉଳ କିଣିବାକୁ ମଞ୍ଜୁରୀ ଦେଇଥିଲା। ମିଆଁମାରରୁ ୫୦,୦୦୦ ଟନ୍ ଅତାପ ଚାଉଳ ଓ ଦୁବାଇରୁ ୫୦ ହଜାର ଟନ୍ ଅଣ-ବାସୁମତୀ ପାରବଏଲଡ୍ ଚାଉଲ କିଣାଯିବ। ଏହାର ମୋଟ ମୂଲ୍ୟ ୪୪୬.୨୩ କୋଟି ଟଙ୍କା ହେବ।

ଅର୍ଥ ମନ୍ତ୍ରଣାଳୟର ପ୍ରେସ ବିଜ୍ଞପ୍ତିରେ ଘୋଷଣା କରାଯାଇଛି ଯେ, ପ୍ୟାକେଜ୍-୨ ଅନ୍ତର୍ଗତ ଦୁବାଇ ସ୍ଥିତ ମେସର୍ସ କ୍ରେଡିଣ୍ଟିଆଲ୍ FZCO ରୁ ୫୦ ହଜାହର ଟନ୍ ଅଣବାସୁମତୀ ପାରବଏଲଡ୍ ଚାଉଳ ଏକ ଅନ୍ତର୍ଜାତୀୟ ଓପନ ଟେଣ୍ହର ମାଧ୍ୟମରେୂ ୩୫୫.୯୯ ଡଲାର ପ୍ରତି ଟନ୍‌ ହାରରେ କିଣାଯିବ। ଏହାର ଖର୍ଚ୍ଚ ୨୧୬.୯ ମିଲିୟନ ଟଙ୍କା ହେବ। ଦୁବାଇ ଚାଉଳର ପୁନଃ ରପ୍ତାନୀର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହା ଭାରତରୁ ବାସୁମତୀ ଓ  ଅଣ-ବାସୁମତୀ ଚାଉଳର ଆମଦାନୀ କରିଥିଲା। ତା ପରେ ଏହାକୁ ଆଫ୍ରିକା ଏବଂ ମଧ୍ୟ ପୂର୍ବ ଦେଶରୁ ରପ୍ତାନୀ କରିଥାଏ।

ଚାଉଳ ଆମଦାନି କରିବାର ଆବଶ୍ୟକତା ବିଷୟରେ ମୋନିରୁଜ୍ଜମାନ କହିଛନ୍ତି, ‘ଆମର ପର୍ଯ୍ୟାପ୍ତ ଚାଉଳ ଗଚ୍ଛିତ ଅଛି। ତଥାପି, ବିପଦ ଏଡାଇବା ପାଇଁ ଆମଦାନି କରାଯାଏ। ଗତ ବର୍ଷ ବନ୍ୟା ପରେ କିଛି ଚାଉଳ ବଣ୍ଟନ କରିବାକୁ ପଡିଥିଲା। ଏଥର ଆମଦାନି ତୁଳନାତ୍ମକ ଭାବରେ କମ୍, କେବଳ ୧ ଲକ୍ଷ ଟନ୍ ରହିଛି। ପ୍ରତିବର୍ଷ କିଛି ଚାଉଳ ଆମଦାନି କରାଯାଏ। ସରକାରଙ୍କ ନୀତି ହେଉଛି ଯେକୌଣସି ବିପଦକୁ ଏଡାଇବା। ଦେଶରେ ବର୍ତ୍ତମାନ ପ୍ରାୟ ୧.୫ ନିୟୁତ ଟନ୍ ଚାଉଳ ମହଜୁଦ ଅଛି, ଯାହା ସାଧାରଣ ଅପେକ୍ଷା ଅଧିକ।’ ଶେଖ୍ ହାସିନାଙ୍କ କ୍ଷମତାଚ୍ୟୁତ ପରେ ବାଂଲାଦେଶର ନେତୃତ୍ବ ନେଇଥିବା ମହମ୍ମଦ ୟୁନୁସଙ୍କ ସରକାର ଚୀନ୍ ଏବଂ ପାକିସ୍ତାନ ସହିତ ବନ୍ଧୁତା ବଢାଇ ଦେଇଛନ୍ତି। ୟୁନୁସ  ସରକାର ବାଂଲାଦେଶକୁ ମୁକ୍ତ କରିଥିବା ଦେଶ ଭାରତ ସହ ଦୂରତ୍ବ ରଖୁଛି। ଏହା ବାଂଲାଦେଶର ଆର୍ଥିକ ଏବଂ ରାଜନୈତିକ କ୍ଷତି ଘଟାଉଛି। ଏଥିରେ ବର୍ଦ୍ଧିତ ରପ୍ତାନି ଖର୍ଚ୍ଚ, ବୃଦ୍ଧି ପାଉଥିବା ବାଣିଜ୍ୟ ନିଅଣ୍ଟ, ଭାରତୀୟ ବଜାରରେ ପ୍ରବେଶ ପାଇଁ ପ୍ରତିବନ୍ଧକ ଏବଂ ଭାରତ ଦେଇ ଅନ୍ୟ ଦେଶମାନଙ୍କରେ ପ୍ରବେଶ କରିବାରେ ଅସୁବିଧା ରହିଛି।  

Leave a Reply

Your email address will not be published. Required fields are marked *