ମୁମ୍ବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଏବଂ ତାଜ ମହଲ ପ୍ୟାଲେସକୁ ଉଡାଇଦେବାକୁ ଧମକ ଆସିଛି । ଏଭଳି ଧମକପୂର୍ଣ୍ଣ ଇମେଲ ମୁମ୍ବାଇ ଏୟାରପୋର୍ଟ ପୋଲିସକୁ ଆସିଛି । ଏଥିରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ବୋମାରେ ଉଡ଼ାଇଦେବା ପାଇଁ ପୁଣିଥରେ ଧମକ ମିଳିଛି । ଇମେଲରେ କୁହାଯାଇଛି ଯେ ତାଜ ମହଲ ପ୍ୟାଲେସ୍ ହୋଟେଲ ଏବଂ ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦିଆଯିବ । ଆଉ ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରି ଦିଆଯାଇଛି । ସୁରକ୍ଷା ଏଜେନ୍ସି ବିମାନବନ୍ଦରରେ ସତର୍କ ରହିବା ସହ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । କୁହାଯାଉଛି ଯେ ଏହି ମେଲ୍ ଆତଙ୍କବାଦୀ ଅଫଜଲ୍ ଗୁରୁକୁ ଫାଶୀ ଦିଆଯିବାକୁ ନେଇ ଦିଆଯାଇଛି । ଧମକପୂର୍ଣ୍ଣ ଇମେଲ୍ ପରେ ସୁରକ୍ଷା ଏଜେନ୍ସି ସତର୍କ ହେବା ସହ ସମ୍ପୂର୍ଣ୍ଣ ମୁମ୍ବାଇରେ ପାରା ମିଲିଟାରି ଫୋର୍ସ ମୁତୟନ କରାଯାଇଛି । ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଏବଂ ତାଜ୍ ମହଲ ପ୍ୟାଲେସ୍ ହୋଟେଲରେ ଡଗ୍ ସ୍କ୍ବାର୍ଡର ଟିମ୍ ତନ୍ନ ତନ୍ନ କରି ଯାଞ୍ଚ୍ କରୁଛି ।
ଟାର୍ଗେଟରେ ମୁମ୍ବାଇ”ବୋମା ପକାଇ ଉଡାଇଦେବୁ”
