ଭୁବନେଶ୍ବର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ । କୋଠା ଭୁଶୁଡ଼ି ପଡିବାରୁ ୩ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଚାପି ହୋଇଯାଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ଧରଣୀଧର ଦତ୍ତ । ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ । ସେହିଭଳି ଆହତ ଦୁଇ ଶ୍ରମିକ ହେଲେ, ଏସକେ ଅବଦୁଲ ଏବଂ ଶିଶିର ଦତ୍ତ ।
ସୂଚନା ଅନୁସାରେ ଏକ ପୁରୁଣା ଘର ଭାଙ୍ଗିବା ପାଇଁ ୭-୮ ଜଣ ଶ୍ରମିକ ନିୟୋଜିତ ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷ୍ୟଦର୍ଶୀ । ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘର ଭାଙ୍ଗିବା ବେଳେ ଲେବର୍ ନିୟମ ପାଳନ କରାଯାଇନଥିଲା ।