କରୋନାକୁ ନେଇ ବଢିଲା ଚିନ୍ତା । ପୁଣି ଡରାଇଲାଣି କରୋନା । ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲାଣି। ଆସନ୍ତାକାଲି ରାଜ୍ୟ ସହ କୋଭିଡ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ। ଦେଶରେ କୋଭିଡ ସ୍ଥିତି ଓ ସଂକ୍ରମଣ ନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଭାରତରେ କୋଭିଡ ଭାରିଆଣ୍ଟର NB.1.8.1ର ଗୋଟିଏ ଏବଂ LF.7 ଏତେ ମାରାତ୍ମକ ନୁହେଁ। ଓଡ଼ିଶାରେ ଗୋଟେ ହିଁ କେସ୍ ଆସିଛି। ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର, ICMR ଓ WHO ସହ ସମ୍ପର୍କରେ ଅଛି। ବ୍ୟସ୍ତ ହେବାର ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।
କରୋନାକୁ ନେଇ ଆସନ୍ତାକାଲି ରାଜ୍ୟ ସହ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ
