ହଂକଂ ଏବଂ ସିଙ୍ଗାପୁରରେ ଡରାଉଛି ଥରେ କରୋନା ଭାଇରସ,ଭାରତକୁ ସତର୍କ କଲେ ବିଶେଷଜ୍ଞ

ଡରାଉଛି କୋଭିଡ -୧୯ lହଂକଂ ଓ ସିଙ୍ଗାପୁର ଭଳି ଦେଶମାନଙ୍କରେ କୋଭିଡ-୧୯ ମାମଲା ବଢ଼ିଯାଇଛି । ଏନେଇ ସ୍ୱାସ୍ଥ୍ୟ ଏଜେନ୍ସୀମାନେ ସତର୍କ ହୋଇଛନ୍ତି । ନୂଆ ଲହରର ଚେତାବନୀ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି । ଏଥିପାଇଁ ଭାରତକୁ ବିଶେଷଜ୍ଞମାନେ ସତର୍କ କରିଛନ୍ତି ।ମେ ୩ ସୁଦ୍ଧା ହଂକଂରେ ୩୧ ଜଣ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି । ଏଥିରେ ଅନେକ ମୃତ୍ୟୁ ବରଣ କରିଛନ୍ତି । ହଂକଂ ମଧ୍ୟ କହିନାହିଁ ଯେ ପ୍ରଥମ ମାମଲା କେବେ ରିପୋର୍ଟ ହୋଇଥିଲା । ପୂର୍ବରୁ ସିଙ୍ଗାପୁର ମଧ୍ୟ ଏକ କୋଭିଡ୍ ଆଲର୍ଟ ଜାରି କରିଥିଲା ​​ଏବଂ ଚଳିତ ବର୍ଷ କରୋନା ମାମଲା ସମ୍ପର୍କରେ ପ୍ରଥମ ଅପଡେଟ୍ ଜାରି କରିଥିଲା ।ଏପ୍ରିଲର ଶେଷ ସପ୍ତାହରେ ସିଙ୍ଗାପୁରରେ କରୋନା ମାମଲା ସଂଖ୍ୟା ୧୧,୧୧୦ ଥିଲା, ଯାହା ମେ ପ୍ରଥମ ସପ୍ତାହରେ ୧୪,୨୦୦କୁ ବୃଦ୍ଧି ପାଇଛି । ଏଠାରେ ମାମଲା ସଂଖ୍ୟା ୨୮% ବୃଦ୍ଧି ପାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୪୨୦୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ସମୟରେ ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଛି ।ସ୍ୱାସ୍ଥ୍ୟ ଅଧିକାରୀମାନେ Z ଦେଇଛନ୍ତି ଯେ ଏହି ମହାମାରୀ ପୁଣି ଥରେ ଗମ୍ଭୀର ରୂପ ନେଇପାରେ ଏବଂ ଏହାର ପ୍ରଭାବ ଏସିଆର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଅନୁଭୂତ ହୋଇପାରେ ।ସାଧାରଣତଃ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିଶ୍ୱାସପ୍ରଶ୍ୱାସ ସମ୍ବଦ୍ଧିତ ସଂକ୍ରମଣ ଥଣ୍ଡା ଋତୁରେ ଅଧିକ ବ୍ୟାପିଥାଏ ବୋଲି କହିଛନ୍ତି । ତେବେ ଭାରତରେ ଏବେ କରୋନା ସଂକ୍ରମଣ ନେଇ କୌଣସି ସୂଚନା ମିଳି ନାହିଁ

Leave a Reply

Your email address will not be published. Required fields are marked *