ଗିଲ୍ ଓ ଗମ୍ଭୀରଙ୍କୁ ନେଇ ଭବିଷ୍ୟବାଣୀ କଲେ ଡେଭିଡ ଓ୍ବର୍ନର , ପୋଷ୍ଟ ଭାଇରାଲ

ଅଷ୍ଟ୍ରେଲିଆ ଓ୍ବନଡେ ସିରିଜରେ ଭାରତକୁ ୨-୧ରେ ହରାଇଛି । ପ୍ରଥମ ଦୁଇ ମ୍ୟାଚ୍ କଙ୍ଗାରୁ ଟିମ୍ ଜିତିଥିଲା । ଯାହାକି ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ଭାରତ ୯ ଓ୍ବିକେଟରେ ଜିତିଥିଲା । ଏହି ଦିନିକିଆ ସିରିଜ ପୂର୍ବରୁ ଏବଂ ଏହି ସମୟରେ ବି ରୋହିତ ଶର୍ମା ଏବଂ ବିରାଟ କୋହଲୀ ୨୦୨୭ବିଶ୍ବକପରେ ଖେଳିବାର ସମ୍ଭାବନା ଉପରେ ପ୍ରଶ୍ନ ଉଠୁଥିଲା । ଏହା ମଧ୍ୟ​‌ରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଡେଭିଡ ଓ୍ବାର୍ନରଙ୍କ ତରଫରୁ ଏକ ଦାବି କରାଯାଉଛି କି ତାଙ୍କୁ ୨୦୨୭ବିଶ୍ବକପ୍ ପର୍ଯ୍ୟନ୍ତ ଗୌତମ ଗମ୍ଭୀର ଏବଂ ଶୁଭମନ ଗିଲଙ୍କ ଟିମରେ ସ୍ଥାନ ସୁରକ୍ଷିତ ଲାଗୁ ନାହିଁ ।

ଭାଇରାଲ ପୋଷ୍ଟରେ ଡେଭିଡ ଓ୍ବର୍ନରଙ୍କ ପକ୍ଷରୁ କୁହାଯାଇଛି କି, ରୋହିତ ଶର୍ମା ଏବଂ ବିରାଟ କୋହଲୀଙ୍କଠାରୁ ଅଧିକ ମୋତେ ୨୦୨୭ବିଶ୍ବକପରେ ଶୁଭମନ ଗିଲ୍ ଏବଂ ଗୌତମ ଗମ୍ଭୀରଙ୍କ ସ୍ଥାନ ଉପ​‌ରେ ସନ୍ଦେହ ହେଉଛି । ସୋସିଆଲ ମିଡ଼ିଆରେ ଡେଭିଡ ଓ୍ବାର୍ନରଙ୍କ ପକ୍ଷରୁ ଏହି ବୟାନ ଭାଇରାଲ ହେବାରେ ଲାଗିଛି । ମାତ୍ର ଓ୍ବାର୍ନର କମେଣ୍ଟ୍ରି ସମୟରେ ଏହା କହିଛନ୍ତି କି ନାହିଁ ଏହା ସ୍ପଷ୍ଟ ହେଉନାହିଁ । ବିରାଟ କୋହଲୀ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦୁଇ ଓ୍ବାନଡେ ମ୍ୟାଚରେ ବିନା କୌଣସି ଖାତା ଖୋଲି ଆଉଟ ହୋଇଯାଇଥିଲେ । ସିଡନୀରେ ସେ ୭୪ରନର ପାଳି ଖେଳିଥିଲେ । ଅନ୍ୟପଟେ ରୋହିତ ଶର୍ମା ୨୦୨ରନ୍ କରି ଏହି ସିରିଜରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି । ସେ ସିଡନୀରେ ୧୨୧ରନ୍ ଏବଂ ଏଡିଡେଲରେ ୭୩ରନର ପାଳି ଖେଳିଥିଲେ ।

ରୋହିତ ଶର୍ମା ଏବଂ ବିରାଟ କୋହଲୀ ଟି-୨୦ ଏବଂ ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ନେଇ ସାରିଛନ୍ତି । ଉଭୟେ ଏବେ କେବଳ ଏକ ଦିବସୀୟ ଫର୍ମାଟରେ ଖେଳୁଛନ୍ତି।  ଟିମ୍ ଇଣ୍ଡିଆର ଆଗାମୀ ଓ୍ବାନଡେ ସିରିଜ ଦକ୍ଷିଣ ଆଫ୍ରିକା ସହ ହେବାକୁ ରହିଛି । ରୋହିତ ଏବଂ ବିରାଟ ଉକ୍ତ ସିରିଜରେ ଖେଳୁଥିବା ନଜର ଆସିପାରନ୍ତି । ଭାରତ ବନାମ ଦକ୍ଷିଣ ଆଫ୍ରିକା ଓ୍ବାନଡେ ସିରିଜ ୩୦ନଭେମ୍ବର-୬ଡିସେମ୍ବର ପର୍ଯ୍ୟନ୍ତ ଚାଲିବ।

Leave a Reply

Your email address will not be published. Required fields are marked *