ବକ୍ସ ଅଫିସରେ ରାଜ୍ କରୁଛି ହର୍ଷବର୍ଦ୍ଧନ ରାଣେ ଏବଂ ସୋନମ ବାଜୱା ଅଭିନୀତ ଫିଲ୍ମ ‘ଏକ ଦିୱାନେ କି ଦିୱାନିୟତ’ । ଫିଲ୍ମଟି ଦିପାବଳୀ ଅବସରରେରେ ରିଲିଜ ହୋଇଥିବା ବେଳେ ଫିଲ୍ମର କାହଣୀ ଓ ଗୀତ ବେଶ ଲୋକପ୍ରିୟତା ସାଉଁଟିଛି । ତେବେ ବର୍ତ୍ତମାନ ଫିଲ୍ମଟି ରିଲିଜର ଦୁଇ ସପ୍ତାହ ପୂରଣ କରିବା ପୂର୍ବରୁ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିସାରିଛି । ‘ଏକ ଦିୱାନେ କି ଦିୱାନିୟତ’ ବକ୍ସ ଅଫିସରେ ୧୦୦ ପାର କରିଛି ।
ହର୍ଷବର୍ଦ୍ଧନ ରାଣେ ଗତକାଲି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଖୁସି ପ୍ରକାଶ କରି ଘୋଷଣା କରିଛନ୍ତି ଯେ, ତାଙ୍କ ଫିଲ୍ମ ଏକ ଦିୱାନେ କି ଦିୱାନିୟତ ବକ୍ସ ଅଫିସରେ ୧୦୧.୧ କୋଟି ଆୟ କରିଛି । ‘ଏକ ଦିୱାନେ କି ଦିୱାନିୟତ’ ଘରୋଇ ବକ୍ସ ଅଫିସରେ ୮୬.୧ କୋଟି ଏବଂ ବିଦେଶରେ ୧୫ କୋଟି ଆୟ କରିଛି । ତାଙ୍କ ପୋଷ୍ଟର କ୍ୟାପସନରେ ଅଭିନେତା ଲେଖିଛନ୍ତି, “ମିଳିଲା ପୂରା ଦୁନିଆର ଭଲ ପାଇବା, ୧୦୦ କୋଟି ପାର୍ । ପ୍ରକାଶ ଥାଉକି,’ଏକ ଦିୱାନେ କି ଦିୱାନିୟତ’ ବିଷୟରେ କହିବାକୁ ଗଲେ, ହାଇ ଭୋଲଟେଜ ଷ୍ଟୋରୀ ଟେଲିଂର ମାଷ୍ଟର ମିଲାପ ମିଲନ ଜାୱେରୀଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ମୁସ୍ତାକ ଶେଖଙ୍କ ଦ୍ବାରା ଲିଖିତ । ‘ଦ ସାବରମତି ରିପୋର୍ଟ’ର ନିର୍ମାତାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କୁ ମନକୁ ଛୁଇଁଛି । ଏହି ଫିଲ୍ମରେ ହର୍ଷବର୍ଦ୍ଧନ ରାଣେ ପ୍ରଥମ ଥର ପାଇଁ ସୋନମ ବାଜୱାଙ୍କ ସହ ନଜର ଆସିଛନ୍ତି ।
