ଦିଲ୍ଲୀରେ ଭୀଷଣ ବର୍ଷା, ବହୁ ରାସ୍ତା ବୁଡ଼ିଲା

ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଶାରଦୀୟ ପୂଜା ପାଇଁ ଦିଲ୍ଲୀ ଉତ୍ସବମୁଖର ଥିବାବେଳେ ବର୍ଷା ସମସ୍ୟା ଆଣିଛି। ଦିଲ୍ଲୀ ବ୍ୟତୀତ ନୋଏଡା ଓ ଗାଜିଆବାଦର କେତେକ ଅଞ୍ଚଳରେ ମଙ୍ଗଳବାର ସକାଳୁ ଭୀଷଣ ବର୍ଷା ଲାଗି ରହିଥିଲା। ଏଥିରେ ଦିଲ୍ଲୀର ବହୁ ରାସ୍ତା ପାଣିରେ ବୁଡ଼ି ରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦିନ ସାରା ଆକାଶ ମେଘୁଆ ରହିବା ସହିତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଦିଲ୍ଲୀ ଓ ଗୁରୁଗ୍ରାମ ପାଇଁ ଅରେଞ୍ଜ ଆଲର୍ଟ ଏବଂ ନୋଏଡା ଓ ଗାଜିଆବାଦ ପାଇଁ ୟୋଲୋ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ଅବିଶ୍ରାନ୍ତ ବର୍ଷାରେ ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବର୍ଷା ଯୋଗୁଁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରାଯାଇଛି। ଦିଲ୍ଲୀର ଜଖିରା ପାସ୍‌ରେ ଜଳବନ୍ଦି କାରଣରୁ ଅନେକ ଲୋକ ସମସ୍ୟାରେ ପଡ଼ିଛନ୍ତି। ଏହାକୁ ନେଇ ଆମ ଆଦମୀ ପାର୍ଟି ଦିଲ୍ଲୀ ସରକାରଙ୍କୁ ଘେରିବା ସହ କଡ଼ା ସମାଲୋଚନା କରିଛି। ବର୍ଷାଜଳ ପରିଚାଳନାକୁ ନେଇ ଦଳ ପ୍ରଶ୍ନ କରିଛି।

Leave a Reply

Your email address will not be published. Required fields are marked *