ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ । ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ଯାଜଳ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନଦୀ ପାର୍ଶ୍ୱରେ ରହୁଥିବା ସମସ୍ତ ଜନସାଧାରଣମାନଙ୍କୁ ମାଇକ ଯୋଗେ ସତର୍କ କରାଯାଉଛି । ବନ୍ୟା ଜଳ ନିଷ୍କାସନ ସମୟରେ ଯେପରି କୌଣସି ଅଘଟଣ ନହେବ ସେଥିପାଇଁ ନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଉଛି ।
ଏହାସହ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଆଗୁଆ ସତର୍କ ସୂଚନା ଦିଆଯାଇଛି ।