ଆସନ୍ତା ଜାନୁଆରୀ ମାସରେ କଳିଙ୍ଗ ଷ୍ଟାଡିୟମକୁ ଫେରିବ ପୁରୁଷ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) । ୨୦୨୬ ସଂସ୍କରଣ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ । ଏହା ୩ଟି ଭେନ୍ୟୁରେ ଖେଳାଯିବ । ଚେନ୍ନାଇରେ ଜାନୁଆରୀ ୩ରୁ ୯ ତାରିଖ, ରାଞ୍ଚିରେ ଜାନୁଆରୀ ୧୧ରୁ ୧୬ ତାରିଖ ଏବଂ ଭୁବନେଶ୍ୱରରେ ଜାନୁଆରୀ ୧୭ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।
ପୁରୁଷ ଲିଗରେ ମୋଟ୍ ଫାଇନାଲ ପର୍ଯ୍ୟନ୍ତ ୩୩ଟି ମ୍ୟାଚ୍ ରହିଛି । ଲିଗ, କ୍ୱାଲିଫାୟର ୧, ଏଲିମିନେଟର, କ୍ୱାଲିଫାୟର-୨, ପୋଜିସନ ମ୍ୟାଚ୍ ଏବଂ ଫାଇନାଲ ମ୍ୟାଚ ଭୁବନେଶ୍ୱରରେ (ମୋଟ୍ ୧୩ଟି ମ୍ୟାଚ୍) ରହିଛି । ଏଥର କୌଣସି ମ୍ୟାଚ ରାଉରକେଲାରେ ଖେଳାଯିବାର ସୂଚୀ ନାହିଁ ।
ମହିଳା ଲିଗର ମ୍ୟାଚ ଗୁଡ଼ିକ କେବଳ ରାଞ୍ଚିରେ ଖେଳାଯିବ । ଡିସେମ୍ବର ୨୮ରୁ ଆରମ୍ଭ ହୋଇ ଜାନୁଆରୀ ୧୦ ତାରିଖରେ ଉଦ୍ଯାପିତ ହେବ । ମହିଳାରେ ମୋଟ୍ ୧୩ଟି ମ୍ୟାଚ୍ ରହିଛି ।
