ପାକିସ୍ତାନକୁ କାଳ, ପାଣି ପରେ ଏବେ ବିଦ୍ୟୁତ୍ ପାଇଁ ହନ୍ତସନ୍ତ

ନୂଆଦିଲ୍ଲୀ: ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ ପାକିସ୍ତାନର ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ପାକିସ୍ତାନ ତା’ର ୮୦ ପ୍ରତିଶତ କୃଷି ପାଇଁ ସିନ୍ଧୁ ନଦୀର ପାଣି ଉପରେ ନିର୍ଭର କରେ। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ୨୨ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରଠାରୁ, ଚେନାବ, ଝେଲମ ଏବଂ ସିନ୍ଧୁ ନଦୀ ଉପରେ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଏହି ଅଞ୍ଚଳର ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଚେନାବ ନଦୀ ଉପରେ ରଣବୀର ଡ୍ୟାମର ଲମ୍ବକୁ ଦ୍ୱିଗୁଣିତ କରି ୧୨୦୦ ମିଟର କରିବା। ଏହି ନଦୀର ପାଣି ଭାରତ ଦେଇ ପାକିସ୍ତାନର ପଞ୍ଜାବର କୃଷି କ୍ଷେତ୍ରକୁ ଯାଏ।କରିବାକୁ ସମୟ ଲାଗିବ।

ଏହା ସହ ରଣବୀର ଡ୍ୟାମକୁ ସମ୍ପ୍ରସାରଣ କରିବା ଯୋଜନା ସହିତ, ଭାରତ ଏପରି ପ୍ରକଳ୍ପ ବିଷୟରେ ମଧ୍ୟ ବିଚାର କରୁଛି ଯାହା ପାକିସ୍ତାନକୁ ଆବଣ୍ଟିତ ନଦୀର ଜଳ ପ୍ରବାହକୁ ହ୍ରାସ କରିବ। ଏହି କାରଣରୁ ପାକିସ୍ତାନ ନିଜ ପାଇଁ ବିଦ୍ୟୁତ୍ ଉତ୍ପାଦନ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବ।

Leave a Reply

Your email address will not be published. Required fields are marked *