‘ବିମାନରେ ମାନବ ବୋମା, ହାଇଦ୍ରାବାଦ ଯାଅନି’, ଇଣ୍ଡିଗୋ ଫ୍ଲାଇଟ୍‌କୁ ଧମକପୂର୍ଣ୍ଣ ଇ-ମେଲ୍ ପରେ ଜରୁରୀ ଅବତରଣ

ଇଣ୍ଡିଗୋର  ବିମାନର ଜରୁରୀ ଅବରତରଣ। ଶନିବାର ସୁରକ୍ଷା ବିପଦକୁ ଦେଖି ମୁମ୍ବାଇକୁ ଡାଇଭର୍ଟ କରି ଦିଆଯାଇଥିଲା। ହାଇଦ୍ରାବାଦ ଏୟାରପୋର୍ଟ ପକ୍ଷରୁ କୁହାଯାଇଛି ଯେ, ବିମାନ ଜେଦ୍ଦାରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିଲା। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା, ଏଥିରେ ଦାବି କରାଯାଇଥିଲା ଯେ, ଇଣ୍ଡିଗୋ ଫ୍ଲାଇଟ୍ 6E68 ରେ ମାନବ ବୋମା ରହିଛି, ଯିଏକି ଜେଦ୍ଦାରୁ ହାଇଦ୍ରାବାଦ ଯାଉଛି।

ସକାଳ ପାୟ ୫ଟା ୩୦ ମିନିଟ୍‌ରେ ଏଭଳି ଧମକପୂର୍ଣ୍ଣ ଇ-ମେଲ ଏୟାରପୋର୍ଟ ଅଧିକାରୀଙ୍କୁ ଦିଆଯାଇଥିଲା। ଇଣ୍ଡିଗୋ ଫ୍ଲାଇଟକୁ ହାଇଦ୍ରାବାଦରେ ଲ୍ୟାଣ୍ଡିଂ କରିବାକୁ ରୋକ। ଏହାପରେ ବିମାନକୁ ମୁମ୍ବାଇ ଅଭିମୁଖେ ଡାଇଭର୍ଟ କରି ଏମଜେନ୍ସିଂ ଲ୍ୟାଣ୍ଡ କରାଯାଇଥିଲା।

ଇମେଲରେ କୁହାଯାଇଥିଲା ‘ବୋର୍ଡରେ ଏଲଟିଟି-ଆଇଏସ୍ଆଇ ଅପରେଟିଭ୍‌ ୧୯୮୪ ମାଡ୍ରାସ ଏୟାରପୋର୍ଟ ମୋଡସ୍‌ ଅପରେଣ୍ଡିଂ ଷ୍ଟାଇଲରେ ବଡ଼ ବିସ୍ଫୋରଣ କରିବାର ଯୋଜନା କରିଛି।’ ଇଣ୍ଡିଗୋର ମୁଖପାତ୍ର କହିଛନ୍ତି ହାଇଦ୍ରାବାଦ ଯାଉଥିବା ବିମାନ 6E68 କୁ ଶନିବାର ଧମକପୂର୍ଣ୍ଣ ଇମେଲ ଆସିଥିଲା। ଏହି କାରଣରୁ ଏହାକୁ ଡାଇଭର୍ଟ କରି ଦିଆଯାଇଥିଲା। ପ୍ରୋଟୋକଲ୍ ପାଳନ କରି ତୁରନ୍ତ ସମ୍ପର୍କିତ ଅଧିକାରୀଙ୍କ ସୂଚନା ଦିଆଯାଇଥିଲା। ଏହି ସମୟରେ ଆବଶ୍ୟକୀୟ ସୁରକ୍ଷା ଯାଞ୍ଚ ମଧ୍ୟ ପୁରା କରାଯାଇଥିଲା।  

Leave a Reply

Your email address will not be published. Required fields are marked *