ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଆଗାମୀ ନଭେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ତିନୋଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି। ଏହି କମିଟିଗୁଡ଼ିକରେ ପୂର୍ବତନ ମନ୍ତ୍ରୀ, ବର୍ତ୍ତମାନର ଓ ପୂର୍ବତନ ବିଧାୟକ, ଜଣେ ରାଜ୍ୟସଭା ସାଂସଦ ଏବଂ ସ୍ଥାନୀୟ ରାଜନୈତିକ ନେତାମାନଙ୍କୁ ସାମିଲ କରାଯାଇଛି।
ଷ୍ଟିୟରିଂ କମିଟି (୬ ସଦସ୍ୟ): ଏହି ଉଚ୍ଚସ୍ତରୀୟ କମିଟି ପ୍ରଚାର ରଣନୀତି ଏବଂ ରାଜ୍ୟ ଓ ଜିଲା ୟୁନିଟ ମଧ୍ୟରେ ସମନ୍ୱୟ ତଦାରଖ କରିବ। ସଦସ୍ୟମାନେ ହେଲେ: ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ତୁକୁନୀ ସାହୁ, ନିରଞ୍ଜନ ବିଶି ଏବଂ ମୋ. ଆୟୁବ ଖାନ।
ଜୋନାଲ କମିଟି (୧୦ ସଦସ୍ୟ): ଏହି କମିଟି ନୂଆପଡ଼ା, କୋମନା, ସିନାପାଲି, ଜୋଙ୍କ ପରି ଗ୍ରାମୀଣ ବ୍ଲକ ଏବଂ ନୂଆପଡ଼ା ଓ ଖରିଆର ଏନଏସି ପରି ସହରୀ ଅଞ୍ଚଳରେ ମାଇକ୍ରୋ ମ୍ୟାନେଜମେଣ୍ଟ କରିବେ। ସଦସ୍ୟମାନେ ହେଲେ: କଳିକେଶ ନାରାୟଣ ସିଂହଦେଓ, ଶାରଦା ନାୟକ, ଦେବେଶ ଆଚାର୍ଯ୍ୟ, ସାରୋଜ ମେହେର, ମନୋଜ ରନ୍ଧାରୀ, ରୋହିତ ପୂଜାରୀ, ଜୋଗେଶ ସିଂହ ଏବଂ ବିକ୍ରମ ପାଣ୍ଡା।
ଲୋକାଲ ଆକ୍ସନ କମିଟି (୩ ସଦସ୍ୟ): ଏହି କମିଟି ନୂଆପଡ଼ାର ମୂଳ ଅଞ୍ଚଳରେ ବୁଥ-ସ୍ତରୀୟ ଯୋଜନା, ଭୋଟର ତାଲିକା ଯାଞ୍ଚ ଏବଂ ଘରେ ଘରେ ପ୍ରଚାର ଉପରେ ଧ୍ୟାନ ଦେବ। ସଦସ୍ୟମାନେ ହେଲେ: ଅଧୀର ପାଣିଗ୍ରାହୀ, ଅବନୀ ଜୋଶୀ ଏବଂ ମନୋଜ ମିଶ୍ର।
ବିକ୍ରମ ପାଣ୍ଡାଙ୍କୁ ଛାଡ଼ି ଏହି ତିନୋଟି କମିଟିରେ ନିଯୁକ୍ତ ସମସ୍ତ ସଦସ୍ୟ ପଶ୍ଚିମ ଓଡ଼ିଶାର। ଏହି କମିଟି ଗଠନ ନବୀନ ପଟ୍ଟନାୟକଙ୍କର ଉପନିର୍ବାଚନ ପାଇଁ ମାଇକ୍ରୋ-ମ୍ୟାନେଜମେଣ୍ଟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି, ଯେଉଁଥିରେ ଅଭିଜ୍ଞ ନେତୃତ୍ୱ ଓ ନୂଆ ସାଙ୍ଗଠନିକ ନେତା ମାନଙ୍କୁ ଦେଖିବାକୁ ମିଳିଛି।
