ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସର୍ଜରୀ ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ନବୀନ। ଗତକାଲି ଆଇସିୟୁରୁ ରୁମକୁ ସିଫ୍ଟ ହୋଇଥିଲେ। ରବିବାର ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନ ପଟ୍ଟନାୟକଙ୍କ ସଫଳତାର ସହ ସର୍ଭାଇକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା। ଆଜି ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ବହୁ ଜାତୀୟ ସ୍ତରର ନେତା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମୁମ୍ବାଇରୁ ରଥଯାତ୍ରାର ଶୁଭେଛା ଜଣାଇଲେ ନବୀନ
