ନୂଆପଡା ଉପନିର୍ବାଚନ : ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡି ପ୍ରାର୍ଥୀ

ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀଙ୍କୁ ନେଇ ଲାଗିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ  ନୂଆପଡା ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛନ୍ତି।  ନବୀନ ନିବାସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ନବୀନ ଘୋଷଣା କରିଛନ୍ତି।  

ସ୍ନେହାଙ୍ଗିନୀ ବର୍ତ୍ତମାନ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଅଛନ୍ତି।  ୨୦୧୪  ଓ ୨୦୧୯ ବିଧାନସଭା ନିର୍ବାଚନରେ ଅତାବିରା ବିଧାନସଭା ଆସନରୁ ସେ ନିର୍ବାଚିତ ହୋଇଥିଲେ। ସେ ନବୀନ ସରକାର ସମୟରେ ହସ୍ତତନ୍ତ, ବୟନଶିଳ୍ପ ମନ୍ତ୍ରୀ ଥିଲେ। ୨୦୨୪ ବିଧାନସଭା  ନିର୍ବାଚନରେ ସେ ପରାଜିତ ହୋଇଥିଲେ।

ଅନ୍ୟପକ୍ଷରେ କଂଗ୍ରେସରୁ ଘାସିରାମ ମାଝୀ ଓ ବଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ  ହୋଇଛନ୍ତି। ନୂଆପଡା ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ। ନଭେମ୍ବର ୧୪ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ​​​​​​​

​​​​​​​

Leave a Reply

Your email address will not be published. Required fields are marked *