ନୂଆ ପାଠ୍ୟକ୍ରମରେ ‘ଅପରେସନ ସିନ୍ଦୂର ‘

India's Foreign Secretary Vikram Misri, bottom right, addresses a press conference after India struck multiple sites inside Pakistani controlled territory with missiles under Operation Sindoor, in New Delhi, India, Wednesday, May 7, 2025. (AP Photo/Manish Swarup)

ନୂଆ ପାଠ୍ୟକ୍ରମରେ ‘ଅପରେସନ୍ ସିନ୍ଦୂର’ । ଏହା ଉପରେ ଏକ ସମ୍ପୂର୍ଣ୍ଣ ଅଧ୍ୟାୟ ଯୋଡାଯିବ । ଯେଉଁଥିରେ ଭାରତୀୟ ସେନାର ସାହସିକତା ଏବଂ ଦେଶ ପ୍ରତି ସମର୍ପଣର ପ୍ରେରଣାଦାୟକ କାହାଣୀ ରହିବ । ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ଉତ୍ତରାଖଣ୍ଡ ସରକାର ।

ରାଜ୍ୟର ୪୫୧ଟି ପଞ୍ଜିକୃତ ମଦ୍ରାସାରେ ବର୍ତ୍ତମାନ ୫୦ ହଜାରରୁ ଅଧିକ ଛାତ୍ର ଅଧ୍ୟୟନ କରୁଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶପ୍ରେମରେ ପରିପୂର୍ଣ୍ଣ ଇତିହାସ ସହିତ ପରିଚିତ ହେବେ ଛାତ୍ର । ଏହାଦ୍ୱାରା ଶିକ୍ଷା ସହିତ ଜାତୀୟତାବାଦ ଏବଂ ସାମରିକ ଗର୍ବକୁ ଯୋଡ଼ିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି ବିବେଚନା କରାଯାଉଛି । ଉତ୍ତରାଖଣ୍ଡର ମଦ୍ରାସାର ଛାତ୍ରମାନେ ଏହି ଅଧ୍ୟାୟ ବିଷୟରେ ବିସ୍ତାର ଭାବରେ ପଢ଼ିବେ ।
ସେହିପରି ରାଜ୍ୟରେ ୪୫୧ଟି ମଦ୍ରାସା ଶିକ୍ଷା ପରିଷଦ ସହିତ ପଞ୍ଜିକୃତ ରହିଛି । କିନ୍ତୁ ପ୍ରାୟ ୫୦୦ ମଦ୍ରାସା ପଞ୍ଜିକରଣ ବିନା ଚାଲୁଛି ।

ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା । ମେ ୬ ଏବଂ ୭ ରାତିରେ.ବିଶ୍ୱ ସମ୍ମୁଖରେ ଆତଙ୍କବାଦ ବିରୋଧରେ ନିଜର ମତ ସ୍ପଷ୍ଟ କରିଛି ଭାରତ । ଯେଉଁଥିରେ ପାକିସ୍ତାନର ୧୦୦ ଆତଙ୍କିକୁ ନିପାତ କରିଥିଲା ଭାରତୀୟ ସେନା l

Leave a Reply

Your email address will not be published. Required fields are marked *