୧୮ ବର୍ଷ ପରେ ଏକାଠି ନଜର ଆସିବେ ‘ପାର୍ଟନର୍’ ଯୋଡ଼ି, ଏହି ପ୍ରୋଜେକ୍ଟରେ ଆସିବେ ନଜର

ଗୋବିନ୍ଦା ଏବଂ ସଲମାନ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର। ପ୍ରାୟ ଦୁଇ ଦଶନ୍ଧି ପରେ ଏହି ଦୁଇ ଷ୍ଟାର ପୁଣିଥରେ ପରଦାରେ ଏକାଠି ହେବାକୁ ଯାଉଛନ୍ତି।ସପ୍ତାହ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ, ପ୍ରୋଜେକ୍ଟ ସହିତ ଜଡିତ ଏକ ସୂତ୍ର ଶେଷରେ ନିଶ୍ଚିତ କରିଛି ଯେ ‘ପାର୍ଟନର୍’ ଯୋଡ଼ି ପୁଣି ଏକାଠି ହେଉଛନ୍ତି।

ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ ଗୋବିନ୍ଦା ଏକ ପ୍ରୋଜେକ୍ଟରେ ଏକାଠି ଆସୁଛନ୍ତି। ଫିଲ୍ମଟି ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହାର ଟାଇଟଲ୍ ସ୍ଥିର ହୋଇନାହିଁ।  ଯଦିଓ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, କିନ୍ତୁ ଫ୍ୟାନ୍ସ ଆଶା କରୁଛନ୍ତି ଯେ ଏହି ବହୁ ପ୍ରତୀକ୍ଷିତ ଯୋଡି ପରଦାରେ କିଛି ତ କମାଲ ନିଶ୍ଚୟ କରିବେ।

Leave a Reply

Your email address will not be published. Required fields are marked *