ୟୁରୋପୀୟ ଦେଶଙ୍କୁ ମାଫ୍, ଭାରତ ଉପରେ କାହିଁକି ରୋକ୍ ? ଭରା ସଭାରେ ଜର୍ମାନୀ ଓ ୟୁକେର ମୁହଁ ବନ୍ଦ କରିଦେଲେ ପୀୟୁଷ ଗୋୟଲ

ଋଷ ଠାରୁ ତେଲ କିଣିବା ନେଇ ବର୍ଲିନ ଗ୍ଲୋବାଲ ଡାଇଲଗ୍ ସମ୍ମିଳନୀରେ ୟୁରୋପୀୟ ଦେଶଗୁଡ଼ିକ ଉପରେ ବର୍ଷିଲେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ। ଭରା ସଭାରେ ଜର୍ମାନୀ ଓ ୟୁକେର ମୁହଁ ବନ୍ଦ କରିଦେଲେ କେନ୍ଦ୍ରମନ୍ତ୍ରୀ। କହିଲେ ଋଷ ଠାରୁ ତେଲ କିଣିବା ନେଇ ୟୁରୋପୀୟ ଦେଶମାନଙ୍କୁ ଟ୍ରମ୍ପଙ୍କ ଟାରିଫ୍ ମାଫ୍, ହେଲେ ଭାରତ ଉପରେ କାହିଁକି ରାଗ ? ୟୁକେର ବାଣିଜ୍ୟ ମନ୍ତ୍ରୀ କ୍ରିସ୍ ବ୍ରାୟଣ୍ଟଙ୍କ ସହ ଆଲୋଚନା ବେଳେ ଏହି ପ୍ରଶ୍ନ କରିଛନ୍ତି ପୀୟୁଷ ଗୋୟଲ। 

କେନ୍ଦ୍ରମନ୍ତ୍ରୀ ପୁଣି କହିଛନ୍ତି ଯେ, ଋଷ ଠାରୁ ତେଲ କିଣିବା ନେଇ ଜର୍ମାନୀ ଆମେରିକୀୟ ପ୍ରତିବନ୍ଧକରୁ ଛାଡ଼ ପାଇଁ ଦାବି କରୁଛି। ବ୍ରିଟେନକୁ ଆଶ୍ଵସ୍ତି ମିଳି ସାରିଛି। ତାହେଲେ ଭାରତକୁ କାହିଁକି ଟାର୍ଗେଟ୍ କରାଯାଉଛି ? ଏହାକୁ ନେଇ ବ୍ରିଟିଶ୍ ମନ୍ତ୍ରୀ ବ୍ରାୟଣ୍ଟ କହିଛନ୍ତି ଯେ, ବ୍ରିଟେନର କେବଳ  ରସନେଫ୍ଟର ଏକ ସହାୟକ କମ୍ପାନୀକୁ ଆମେରିକା ଟାରିଫ୍‌ରୁ ଛାଡ଼ ମିଳିଛି। ଏହାର ଉତ୍ତରରେ ଗୋୟଲ କହିଛନ୍ତି ଯେ, ଭାରତରେ ମଧ୍ୟ ରସନେଫ୍ଟର ଏକ ସହାୟକ କମ୍ପାନୀ ରହିଛି…ତାହେଲେ ଭାରତକୁ କାହିଁକି ଛାଡ଼ ମିଲୁନି। ଏହାପରେ ବ୍ରିଟିଶ୍ ମନ୍ତ୍ରୀଙ୍କ ମୁହଁ ବନ୍ଦ ହୋଇଯାଇଥିଲା। 

ସୂଚନା ଥାଉକି, ଋଷ ଠାରୁ ତେଲ ନକିଣିବାକୁ ଆମେରିକା ଓ ତାର ସହଯୋଗୀ ରାଷ୍ଟ୍ରମାନେ ଭାରତ ଉପରେ ଚାପ ପକାଉଛନ୍ତି। ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ। ଭାରତ ଉପରେ ଏବେ ଆମେରିକା ସମୁଦାୟ ୫୦ ପ୍ରତିଶତ ଟାରିଫ୍ ଲଗାଇଛି। ୟୁରୋପୀୟ ସଙ୍ଘ ମଧ୍ୟ ୩ଟି ଭାରତୀୟ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି। 

Leave a Reply

Your email address will not be published. Required fields are marked *