ସରକାର ମୁଖ୍ୟ ଭାବରେ ୨୫ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସରକାରର ମୁଖ୍ୟ ଭାବରେ ୨୫ବର୍ଷ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକ୍ସରେ ଫଟୋ ପୋଷ୍ଟ କରି ବାଣ୍ଟିଲେ ଖୁସି। ୨୦୦୧ ମସିହାରେ ଦାୟିତ୍ୱ ଗ୍ରହଣ କରିବା ଦିନର ଏକ ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ଭାରତର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ଫଟୋ ପୋଷ୍ଟ କରି ସେ କ୍ୟାପସନରେ ଲେଖିଛନ୍ତି, “୨୦୦୧ ମସିହାର ଏହି ଦିନରେ, ମୁଁ ପ୍ରଥମ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲି। ମୋର ସାଥୀ ଭାରତୀୟମାନଙ୍କ ନିରନ୍ତର ଆଶୀର୍ବାଦ ପାଇଁ ମୁଁ ସରକାରର ମୁଖ୍ୟ ଭାବରେ ମୋର ୨୫ତମ ବର୍ଷରେ ପ୍ରବେଶ କରୁଛି। ଭାରତର ଜନସାଧାରଣଙ୍କ ପ୍ରତି ମୋର କୃତଜ୍ଞତା। ଏହି ସବୁ ବର୍ଷ ମଧ୍ୟରେ, ଆମ ଲୋକଙ୍କ ଜୀବନକୁ ଉନ୍ନତ କରିବା ଏବଂ ଏହି ମହାନ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ ଦେବା ପାଇଁ ମୋର ନିରନ୍ତର ପ୍ରୟାସ ଜାରି ରହିଛି।”

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ପୁରୁଣା ଫଟୋ ସହିତ, ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *