ସମାବର୍ତ୍ତନ ଉତ୍ସବ ଶେଷ ହେବା ପରେ ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡିତାଙ୍କୁ ଭେଟିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱାସ୍ଥ୍ୟବସ୍ଥା ଦେଖିଲେ ଓ ସ୍ଥିତି ଅନୁଧ୍ୟାନ କଲେ ମହାମହିମ । ପରିବାର ଲୋକଙ୍କୁ ଶାନ୍ତ୍ବନା ଦେଲେ । ଡାକ୍ତରଙ୍କ ସହ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କଲେ । ନିଜେ ଇମୋସମାଲ ହୋଇଗଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଲେ ଠାକୁରଙ୍କ ପାଖରେ ପ୍ରାର୍ଥନା କର । ଏହା ସହ ତ୍ୱରିତ ପଦକ୍ଷେପ ପାଇଁ ରାଷ୍ଟ୍ରପତି ଦେଇଛନ୍ତି ନିର୍ଦ୍ଦେଶ । ସେ ସମସ୍ତଙ୍କ ସହ କଥା ହୋଇଛି ବୋଲି କହିଛନ୍ତି ଏବଂ ଆଗକୁ ଆହୁରି ଶୀଘ୍ର କେମିତି ସେ ସୁସ୍ଥ ହେବେ ତା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଆଶ୍ୱାସନା ଦେଇଛନ୍ତି ରାଷ୍ଟ୍ରପତି ।
ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
