ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାୟର ହୋଇଛି । ମାମଲାର ତଦନ୍ତ ପାଇଁ ଏକ ଏସଆଇଟି ଦଳ ଗଠନ ସହିତ ବିଭିନ୍ନ ରାଜନୈତିକ ଦଳ ଡାକୁଥିବା ବନ୍ଦ ଡାକରାକୁ ବିରୋଧ କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ଶିଵଶଙ୍କର ମହାନ୍ତିଙ୍କ ପକ୍ଷରୁ ଏହି ମାମଲା ରୁଜ୍ଜୁ ହୋଇଛି । ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ୟୁଜିସି, କିଛି ରାଜନୈତିକ ଦଳର ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଆବେଦନରେ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ଯେ, ପିଡ଼ିତା ଛାତ୍ରୀ ନିର୍ଯାତନାର ଶିକାର ହୋଇଥିବା ବେଳେ ତାଙ୍କୁ ଜୀବନ ହାରିବାକୁ ପ୍ରବର୍ତ୍ତାଇବାର ଅଭିଯୋଗ ରହିଛି । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଜଣେ ଛାତ୍ରୀଙ୍କ ଜୀବନ ଯାଇ ଛି। ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ ହେଲେ ପ୍ରକୃତ ସତ୍ୟ ପଦାକୁ ଆସି ପାରିବ ।